www.samajalive.in
Monday, December 8, 2025
27.1 C
Bhubaneswar

ହ୍ବାଇଟ୍‌ହାଉସରେ ପହଞ୍ଚିଲା କରୋନା, ଇଟାଲୀରେ ଦିନକରେ ୬୨୭ ମୃତ

ୱାଶିଂଟନ/ରୋମ୍‌: ମହାମାରୀ କରୋନା ଭୂତାଣୁ ଇଟାଲୀରେ ଭୟଙ୍କର ରୂପ ନେବାରେ ଲାଗିଛି। ପ୍ରତିଦିନ ଏଠାରେ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଏଠାରେ ଗୋଟିଏ ଦିନରେ ୬୨୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୦୩୨ରେ ପହଞ୍ଚିଛି, ଯାହା ଚୀନଠାରୁ ୯ ଶହ ଅଧିକ। ସେହିପରି ଆକ୍ରାନ୍ତ ସଂଖ୍ୟା ଦିନକରେ ୬ ହଜାର ବଢ଼ିଛି। ଗୁରୁବାର ୪୧ ହଜାର ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ଏହି ସଂଖ୍ୟା ୪୭ ହଜାର ୨୧ ଛୁଇଁଛି।

ଅନ୍ୟପଟେ ଆମେରିକାର ହ୍ବାଇଟ୍‌ହାଉସରେ କରୋନା ଭୂତାଣୁ ପହଞ୍ଚିଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ୨୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସଙ୍କ ଟିମ୍‌ର ଜଣେ କର୍ମଚାରୀ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ହ୍ବାଇଟ୍‌ହାଉସ କର୍ମଚାରୀମାନଙ୍କ ମଧ୍ୟରେ କରୋନା ଭୂତାଣୁ ଚିହ୍ନଟ ହେବା ଏହା ପ୍ରଥମ ଘଟଣା।

- Advertisement -

ସେହିପରି କରୋନା ଭୂତାଣୁ ଯୋଗୁ ଫ୍ରାନ୍ସରେ ଶୁକ୍ରବାର ଆଉ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ ମୃତ୍ୟୁ ସଂଖ୍ୟା ୪୫୦ରେ ପହଞ୍ଚିଛି। ଏହାସହିତ ୧୨ ହଜାର ୬୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଦେଶର ଶୀର୍ଷ ସ୍ବାସ୍ଥ୍ୟ ଅଧିକାରୀ ଜେରୋମ ସଲୋମୋନ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories