www.samajalive.in
Monday, December 8, 2025
20.1 C
Bhubaneswar

ଟୋକିଓରେ ପହଞ୍ଚିଲା ଅଲିମ୍ପିକ୍‌ସ ମଶାଲ

ଟୋକିଓ : କରୋନା ମହାମାରୀ ଯୋଗୁଁ ଟୋକିଓ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଜାପାନ ପ୍ରସ୍ତୁତି ଜୋର ଧରିଛି। କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସର ଜନ୍ମଦାତା ଗ୍ରୀସରୁ ଅଲିମ୍ପିକ୍‌ସ ମଶାଲ ଶୁକ୍ରବାର ଟୋକିଓରେ ପହଞ୍ଚିଛି। ଗ୍ରୀସ୍‌ରୁ ସ୍ବତନ୍ତ୍ର ଚାଟାର୍ଡ ବିମାନ ମାଟ୍‌ସୁହିମା ଯୋଗେ ୨୦୧୧ ସୁନାମିରେ କ୍ଷତବିକ୍ଷତ ହୋଇଥିବା ଜାପାନର ହିଗାସିମାତୁସୁହିମା ଷ୍ଟାଡ଼ିୟମରେ ପହଞ୍ଚିଥିଲା। ପୂର୍ବତନ ଜାପାନ ଅଲିମ୍ପିଆନ ସାଓରି ୟୋହିଦା ଏବଂ ତାଡାହିରୋ ନୋମୁରା ମଶାଲକୁ ଗ୍ରହଣ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ୨୦୦ ଶିଶୁ ଉପସ୍ଥିତ ରହି ମଶାଲକୁ ସ୍ବାଗତ କରିଥିଲେ। ବିଶ୍ବରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଏପର୍ଯ୍ୟନ୍ତ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି। ଏଭଳି ସ୍ଥଳେ ଜାପାନ ଅଲିମ୍ପିକ୍‌ସ ପ୍ରସ୍ତୁତି ନେଇ ଜୋରଦାର ଆଗେଇ ଚାଲିଛି। ଗୁରୁବାର ଏଥେନ୍ସରେ ବିନା ଦର୍ଶକରେ ଆୟୋଜିତ ଉତ୍ସବରେ ଟୋକିଓ ଅଲିମ୍ପିକ୍‌ସ -୨୦୨୦ ମର୍ଶାଲକୁ ଆୟୋଜକ ଜାପାନଫ ଗ୍ରହଣ କରିଥିଲା। ଗ୍ରୀସ୍ ଅଲିମ୍ପିକ୍‌ସ କମିଟି ମୁଖ୍ୟ ସ୍ପାଇରସ କାର୍ପାଲସ ଟୋକିଓ ଗେମ୍ସ ପ୍ରତିନିଧି ନାକୋ ଇମାଟୋକୁ ଉକ୍ତ ମଶାଲ ପ୍ରଦାନ କରିଥିଲେ। ଜାପାନର ପୂର୍ବତନ ସନ୍ତରଣକାରୀ ଉକ୍ତ ମଶାଲକୁ ଧରି ଦୌଡ଼ିଥିଲେ। ଜାପାନରେ ଉକ୍ତ ମଶାଲ ଶୋଭାଯାତ୍ରା ମାର୍ଚ୍ଚ ୨୬ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories