www.samajalive.in
Monday, December 8, 2025
20.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ : ଦୁର୍ଘଟଣାଗ୍ରସ୍ତକୁ ଚିକିତ୍ସା କଲେନି, ଫେରାଇଦେଲେ

ଭୁବନେଶ୍ବର : ‘ଏଠାକୁ କାହିଁକି ଆସୁଛ। ଅନ୍ୟ କେଉଁ ହସ୍ପିଟାଲକୁ ଯାଉନ। ଠିଆ ହୋଇ ରହିଲେ କ’ଣ ପୁଅ ଭଲ ହୋଇଯିବ ନା କ’ଣ। କଟକ ନେଇଯାଅ। ଏଠାରେ କିଛି କରିହେବନି।’ ଏମିତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର ସିଧାସଳଖ ରୋଗୀଙ୍କ ସମ୍ପର୍କୀୟଙ୍କୁ କହୁଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ହେଲେ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି। ନିର୍ଦେଶକଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କର୍ମଚାରୀ କରୋନା ଆଳରେ ଯଥାସମ୍ଭବ ଗଣମାଧ୍ୟମଠାରୁ ଦୂରେଇ ରହୁଛନ୍ତି।

ଏମିତିକି ଯଦି କୌଣସି ଲୋକ ଦେଖା କରିବାକୁ ଚାହୁଁଛନ୍ତି, ତେବେ ଡାକ୍ତରମାନେ ଦେହ ଖରାପ ଥିବା ବାହାନା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଗତ ବୁଧବାର ରାତିରେ ସମ୍ପର୍କୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ୧୨ ବର୍ଷର ଜଣେ ବାଳକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲ ଆଣିଥିଲେ। ଡାକ୍ତରମାନେ ତାଙ୍କ ପିଲାଙ୍କୁ ଚିକିତ୍ସା କରିବା ବଦଳରେ କଟକ ନେଇଯିବାକୁ କହିଥିଲେ ବୋଲି ସମ୍ପର୍କୀୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଶେଷରେ ସେମାନେ ବାଧ୍ୟ ହୋଇ ଉକ୍ତ ପିଲାକୁ ରାତିରେ କଟକ ନେଇଥିଲେ। ରାଜ୍ୟ ସରକାର ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ନିମନ୍ତେ ଅନେକ ଯୋଜନା କରିଥିବାବେଳେ ଘରୋଇ ହସ୍ପିଟାଲ ଟ୍ରମା ସେଣ୍ଟର ସହିତ ଚୁକ୍ତି କରିଛନ୍ତି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପ୍ରତି ଡାକ୍ତରମାନେ ଅହେତୁକ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ, ଅଧୀକ୍ଷକ, ଉପ ଅଧୀକ୍ଷକ ଏବଂ ଦୁଇଜଣ ପରିଚାଳକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଫୋନ୍‌ ଉଠାଇନଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories