www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ମୁକାବିଲାକୁ ନେଇ ସାପ୍ତାହିକ ବଜାର ଓ ସେଲୁନ ବନ୍ଦ : ଆଇସୋଲେସନ୍ ୱାର୍ଡ ପରିଦର୍ଶନ କଲେ କରୋନା ନୋଡାଲ ଅଫିସର

ଲାଞ୍ଜିଗଡ଼ : ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି । ବିୟୁଟିପାରଲର,ସେଲୁନ୍ ସେବା ପ୍ରଦାନକାରୀ ମଧ୍ୟରେ ଦୂରତ୍ୱ ଗୋଟିଏ ମିଟର ମଧ୍ୟରେ ନରହିଲେ ସମ୍ଭବପର ହେଉନଥିବାରୁ ଏ ସବୁକୁ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି । ପରବର୍ତ୍ତି ନିର୍ଦ୍ଧେଶ ପର୍ୟ୍ୟନ୍ତ ଏହି ଦୋକାନ ଗୁଡିକ ବନ୍ଦ ରହିବ। ଏହି ପରିପ୍ରେକ୍ଷିରେ ଶୁକ୍ରବାର ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଓ ବିଶ୍ୱନାଥପୁର ପୁଲିସ ବିଭାଗ ବିଶ୍ୱନାଥପୁରର ସାପ୍ତାହିକ(ହାଟ) ବଜାରକୁ ବନ୍ଦ କରିଦେଇଥିଲେ ଓ ବଜାରକୁ ଆସିଥିବା ବେପାରୀମାନଙ୍କୁ ଦୂରତ୍ୱ ରଖିବା ପାଇଁ ଅନୁରୋଧ କରିଥିଲେ । ସେହିପରି ବିଶ୍ୱନାଥପୁରରେ ଥିବା ସମସ୍ତ ସେଲୁନଗୁଡିକୁ ବନ୍ଦ କରିଦିଆଯାଇଛି । ପୋଖରୀ ଓ ଜଳ ଭଣ୍ଡାରରେ ପରିଚ୍ଛନ୍ନତା ରହୁନଥିବାରୁ ତଥା ସଂକ୍ରମଣର ଆଶଙ୍କା ଥିବାରୁ ଗାଧୋଇବା, ସଫା କରିବା ଓ ଅନ୍ୟାନ୍ୟ କାର୍ୟ୍ୟ ନକରିବା ପାଇଁ ସରକାର ନିର୍ଦେଶ ଦେଇଥିବା ବେଳେ ଲାଞ୍ଜିଗଡ ବ୍ଲକ ପ୍ରତିନିଧିମାନେ ଏହାକୁ ନେଇ ଗାଁ ଗାଁରେ ଜନ ସଚେତନତା ସୃଷ୍ଟି କରାଉଛନ୍ତି ।

ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ଏସଏସଜି ମହିଳା, ବ୍ଲକ କର୍ମଚାରୀ, ଶିଶୁ ବିକାଶ କର୍ମଚାରୀ, ଆଶା କର୍ମୀ ସମସ୍ତେ ମିଶି କରୋନା ମୁକାବିଲା ପାଇଁ ଗାଁ ଗାଁରେ ସଚେତନତା ସୃଷ୍ଟି କରାଉଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କୁ ନିଜ ଘରେ ୧୪ଦିନ ପର୍ୟ୍ୟନ୍ତ ରହିବା ଓ ଗାଁର କାହା ସହିତ ନ ମିଶିବା ପାଇଁ ପରାମର୍ଶ ଦେଉଛନ୍ତି । ଶୁକ୍ରବାର ଲାଞ୍ଜିଗଡ ବ୍ଲକ ଦାଇତ୍ୱରେ ଥିବା କରୋନାର ନୋଡାଲ ଅଫିସର ଭବାନୀ ଶଙ୍କର ସାହୁ ବିଭିନ୍ନ ମେଡିକାଲରେ ଥିବା ଆଇସୋଲେସନ ୱାର୍ଡକୁ ଯାଇ ତଦାରଖ କରିଥିଲେ । ସେଠାରେ ଥିବା ଡାକ୍ତର ଓ କର୍ମଚାରୀମାନଙ୍କ ସହ କରୋନା ମୁକାବିଲାକୁ ନେଇ ଆଲୋଚନା କରିଥିଲେ। ଗାଁରେ ଥିବା ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱସ୍ଥ୍ୟ କର୍ମୀ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କ ଉପରେ ନଜର ରଖି ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ସହିତ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର ଓ ବିଶ୍ୱନାଥପୁର ଚିକିତ୍ସାଧିକାରୀ ଇନ୍ଦ୍ର କୁମାର ନାଥାନି ବିଶ୍ୱନାଥପୁର ଓ ଲାଞ୍ଜିଗଡ ଡାକ୍ତରଖାନା ପରିଦର୍ଶନରେ ଯାଇ ଆଇସୋଲେସନ ୱାର୍ଡ ପରିଦର୍ଶନ କରିଥିବା ବେଳେ କରୋନା ମୁକାବିଲାକୁ ନେଇ ଲାଞ୍ଜିଗଡ ବିଡିଓ ପଞ୍ଚାୟତ ସମିତି ମିଟିଙ୍ଗ ଡକାଇ ସମିତିସଭ୍ୟ, ସରପଞ୍ଚ ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ସେହିପରି ଶନିବାର ଓ ରବିବାର ଦିନ ଲାଞ୍ଜିଗଡ ଠାରେ ହେବାକୁ ଥିବା ସାପ୍ତାହିକ(ହାଟ)ବଜାର ମଧ୍ୟ ବନ୍ଦ କରାଯିବ ବୋଲି ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories