ଭୁବନେଶ୍ବର : ମହାମାରୀ କରୋନା ବର୍ତ୍ତମାନ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ଚାଲିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଭିଡ ସ୍ଥାନ ଏବଂ ଜନଗହଳି ସ୍ଥାନକୁ ଯିବାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ଏପରି ପରିସ୍ଥିତିରେ ପୂର୍ବତଟ ରେଳବାଇ ପକ୍ଷରୁ ପ୍ଲାଟଫର୍ମରେ ହେଉଥିବା ଭିଡକୁ ରୋକିବା ପାଇଁ ପ୍ଲାଟଫର୍ମ ଟିକଟ ମୂଲ୍ୟ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ଦୃଷ୍ଟିରେ ରଖିବା ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ବର୍ଦ୍ଧିତ ମୂଲ୍ୟ ଭୁବନେଶ୍ବର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ବିଶାଖାପାଟଣା, ବଜୟନଗର, ଶ୍ରୀକାକୁଲମ, ରାୟଗଡ଼, ସମ୍ବଲପୁରରେ ଲାଗୁ କରାଯାଇଛି।
Popular Categories



