www.samajalive.in
Sunday, December 7, 2025
23.1 C
Bhubaneswar

‘କରୋନା’ ମୁକାବିଲା ପାଇଁ ଦୀପିକା-ପ୍ରିୟଙ୍କାଙ୍କୁ ଅନୁରୋଧ କଲେ ଡବ୍ଲ୍ୟୁଏଚ୍‍ଓ ନିର୍ଦ୍ଦେଶକ

ମୁମ୍ବଇ: କରୋନାକୁ ନେଇ ସମଗ୍ର ଦେଶ ଦୁନିଆ ଏବେ ଆତଙ୍କିତ। ସାମାଜିକ ଗଣମାଧ୍ୟମରେ ଘରେ ରହିବା ସହ ସଚେତନ ରହିବା ପାଇଁ ବାରମ୍ବାର ବାର୍ତ୍ତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‍ଓ) ସୁପରଷ୍ଟାର ସେଲିବ୍ରିଟିମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଜନ ସଚେତନତା ସୃଷ୍ଟି କରିବାକୁ ନିବେଦନ କରିଛି।

ଡବ୍ଲ୍ୟୁଏଚ୍‍ଓ ନିର୍ଦ୍ଦେଶକ ଜେନେରାଲ୍‍ ଡା. ଟ୍ରେଡ୍ରୋସ୍‍ ଏଧାନୋମ୍‍ ଟ୍ୱିଟର୍‍ରେ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନଙ୍କ ଭଳି ସେଲିବ୍ରିଟିଙ୍କୁ ଟ୍ୟାଗ୍‍ କରି ‘ସେଫ୍‍ ହ୍ୟାଣ୍ଡ୍‍ସ ଚ୍ୟାଲେଞ୍ଜ୍‍’କୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଟେଡ୍ରୋସ୍‍ ଟ୍ୱିଟ୍‍ କରି ଲେଖଛନ୍ତି ଯେ, ଗ୍ଲୋବାଲ୍‍ ଷ୍ଟାର୍ସ ସେଫ୍‍ ହ୍ୟାଣ୍ଡସ୍‍ ଚ୍ୟାଲେଞ୍ଜ୍‍କୁ ଗ୍ରହଣ କରି ନିଜ ଭିଡିଓ ଶେୟାର କରନ୍ତୁ। ନିଜ ସହିତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ୍‍ ଗ୍ରହଣ କରିବାକୁ କୁହନ୍ତୁ। ଆମେ ସବୁ ଏକାଠି ହୋଇ ଏହି ଭାଇରସ୍‍ରୁ ବର୍ତ୍ତି ପାରିବା।

- Advertisement -

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିବା ଦୀପିକା ଓ ପ୍ରିୟଙ୍କା ମଧ୍ୟ କୁଆଡ଼େ ନଯାଇ ଘରେ ସମୟ କାଟିବାକୁ ନିଷ୍ପତ୍ତି ନେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories