www.samajalive.in
Tuesday, December 9, 2025
17.1 C
Bhubaneswar

ସଞ୍ଜୟ ମଞ୍ଜରେକରଙ୍କୁ ଭାଷ୍ୟକାର ପ୍ୟାନେଲରୁ ହଟାଇଲା ବସିସିଆଇ

ନୂଆଦିଲ୍ଲୀ : କରୋନା ଭାଇରସର ବୃଦ୍ଧିକୁ ଦୃଷ୍ଟିରେ ରଖି ବିସିସିଆଇ ଶୁକ୍ରବାର ଦିନ ଆଇପିଏଲକୁ ସ୍ଥଗିତ ରଖିଛି ଏବଂ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଉପରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ତେବେ ଏସବୁ ମଧ୍ୟରେ ବିସିସିଆଇ ଆଉ ଏକ ପଦକ୍ଷପ ନେଇଛି। ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକରଙ୍କୁ ଭାଷ୍ୟକାର(କମେଣ୍ଟ୍ରି) ପ୍ୟାନେଲରୁ ହଟାଇଦେଇଛି ବସିସିଆଇ।
ବିଶ୍ବର ବଡ଼ ଭାଷ୍ୟକାର(କମେଣ୍ଟେଟର) ତାଲିକାରେ ଅନ୍ତର୍ଭୁକ୍ତ ଥିବା ମଞ୍ଜରେକର ଗତ ତିନିଟି ବିଶ୍ୱକପ୍‌ରେ କମେଣ୍ଟ୍ରି କରିଥିଲେ। ସୂଚନା ଅନୁସାରେ ତାଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପାଇଁ କମେଣ୍ଟ୍ରି ପ୍ୟାନେଲରେ ସ୍ଥାନ ଦିଆଯାଇ ନାହିଁ। ଏପରିକି ଆଗାମୀ ଆଇପିଏଲରୁ ମଧ୍ୟ ତାଙ୍କୁ ବାହାର କରାଯାଇଛି।
ସଞ୍ଜୟ ମଞ୍ଜରେକର ତାଙ୍କ ବିବୃତ୍ତି ଏବଂ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲଗାତାର ବିବାଦ ଘେରରେ ରହିଥିଲେ। ଖେଳାଳିମାନେ ମଧ୍ୟ ତାଙ୍କୁ ଅନେକ ଥର ସମାଲୋଚନା କରିଥିବା ଦେଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories