ମୁମ୍ବଇ : ପ୍ରସିଦ୍ଧ ତାମିଲ ସୁପରଷ୍ଟାର ଥାଲାପତି ବିଜୟ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିଲେ। ଗତ ଫେବୃଆରୀ ମାସରେ ଆୟକର ବିଭାଗ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଥିଲା। ଏବେ ପୁଣି ଥରେ ଆୟକର ବିଭାଗ (ଇନକମ୍ ଟ୍ୟାକ୍ସ) ଅଧିକାରୀମାନେ ବିଜୟଙ୍କ ଘରେ ଚଢାଉ କରିଥିଲେ। ସେମାନଙ୍କ ଅଭିଯୋଗ କ୍ରମେ ଦୁଇଟି ଚଳଚ୍ଚିତ୍ର ପାଇଁ ବିଜୟଙ୍କୁ ୧୩୦ କୋଟି ଟଙ୍କା ମିଳିଥିଲା। ମାତ୍ର ବିଜୟ ତାଙ୍କର ସମସ୍ତ ଟ୍ୟାକ୍ସ ପଇଠ କରିନଥିଲେ।
ଉଲ୍ଲେଖ ଯୋଗ୍ୟ, ବିଜୟଙ୍କୁ ଫିଲ୍ମ “ବିଗିଲ” ଏବଂ “ମାଷ୍ଟର” ପାଇଁ ୧୩୦କୋଟି ଟଙ୍କା ମିଳିଥିଲା। ଗୋଟେପଟେ ସେ “ବିଗିଲ” ଚଳଚ୍ଚିତ୍ର ପାଇଁ ୫୦କୋଟି ପାଇଥିବା ବେଳେ “ମାଷ୍ଟର” ସିନେମା ପାଇଁ ତାଙ୍କୁ ୮୦ କୋଟି ଟଙ୍କା ଦିଆଯାଇଥିଲା। “ବିଗିଲ” ଚଳଚ୍ଚିତ୍ରଟି ସୁପରହିଟ୍ ହେବା ସହ ୩୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।
ଏହି ତାମିଲ ସୁପରଷ୍ଟାରଙ୍କୁ ଦୁଇଟି ଚଳଚ୍ଚିତ୍ର ପାଇଁ ମିଳିଲା ୧୩୦କୋଟି : ପୁଣିଥରେ ଚଢାଉ କଲା ଆୟକର ବିଭାଗ
Popular Categories



