www.samajalive.in
Tuesday, December 9, 2025
15.1 C
Bhubaneswar

ଥମୁନି ଜନନୀ ଯନ୍ତ୍ରଣା, କେବେ ଚେତିବ ପ୍ରଶାସନ  

କାଶୀପୁର : ଥମୁନି ଜନନୀ ଯନ୍ତ୍ରଣା। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛୁ। କେଉଁଠି ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି, ତ ଅନ୍ୟ କେଉଁଠି ରାସ୍ତା କଡରେ ପ୍ରସୂତି ଜନ୍ମ ଦେଉଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ଯାକ ଦୃଶ୍ୟ ରାୟଗଡା ଜିଲାରେ ଆଜି ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ପ୍ରଥମେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୁହା ଯାଇଥିଲା ଏବଂ ପରେ ଆଶା ଦିଦି ସାହଯ୍ୟରେ ରାସ୍ତା କଡରେ ପ୍ରସୂତି ପ୍ରସବ କରିଥିଲେ।

ସୂଚନାଯୋଗ୍ୟ, ରାୟଗଡା ଜିଲା କାଶୀପୁର ବ୍ଲକର କୋଡିପାରି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅଡାଯାଲ ଗ୍ରାମର ଜାମା ମାଝୀଙ୍କ ପତ୍ନୀ ଫଗୁଣି ମାଝୀ (୨୪)ଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଆଶା ଦିଦି ୧୦୨ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଗାଡି ଅଧା ବାଟରେ ଅଟକି ରହିଥିଲା। ପ୍ରସୂତିଙ୍କ ପରିବାରର ଲୋକ, ଆଶା ଦିଦି ଏବଂ ୧୦୨ଆମ୍ବୁଲାନସ ଚାଳକ ଅନିଲ ନାଏକ ଏକ ଷ୍ଟ୍ରେଚରରେ ଗର୍ଭବତୀକୁ ନଦୀପାର କରି ଆଣିଥିଲେ। କିନ୍ତୁ ପ୍ରସବ ବେଦନା ଅତ୍ୟାଧିକ ହେବାରୁ ଆମ୍ବୁଲାନସ ନିକଟରେ ପହଞ୍ଚିବା ପୂର୍ବରୁ ଆଶାଦିଦି ସାହାଯ୍ୟରେ ରାସ୍ତାରେ ପ୍ରସୂତି ଦୁଇଟି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଶିଶୁଙ୍କୁ ତୁରନ୍ତ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଉଭୟ ମାଆ ଏବଂ ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି।

- Advertisement -

ଏବେ ପ୍ରଶ୍ନ ଉଠୁଛି ଯେ, ରାୟଗଡା ଜିଲାର ଆଦିବାସୀ ଅଧ୍ୟୁସିତ ପାହାଡ ଜଙ୍ଗଲ ଘେରା କାଶୀପୁର ବ୍ଲକ କେତେ ଦିନ ଏମିତି ନୀରିହ ଶିଶୁ ଓ ମାଆ ଜୀବନ ବଳିଦାନ ସ୍ବରୂପ ଦେଇ ଚାଲିଥିବେ। କେବେ ପ୍ରଶାସନର ଚେତା ପଶିବ। ସରକାରଙ୍କର କେବିକେ ଅଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ କରୁଥିବା ବେଳେ କାଶୀପୁର ବ୍ଲକକୁ ଏଯାଏଁ ରାସ୍ତା ନିର୍ମାଣ କାହିଁକି ହୋଇ ପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories