www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକଙ୍କ ଘର ବାହାରେ ବୁଲୁଥିଲା ସିଂହ ; ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଲୋକେ ଘର ବାହାରେ ହେଉ ଅଥବା ସହରରେ ବନ୍ୟଜନ୍ତୁ ବୁଲୁଥିବାର ଦେଖି ଭୟଭୀତ ହେବା ସାଧାରଣ କଥା। ଏକ ସହରେ ହଠାତ ଲୋକେ ଘର ବାହାରେ ସିଂହ ବୁଲୁଥିବାର ଦେଖିଲେ। ଏହାପରେ ଲୋକେ ତୁରନ୍ତ ସହାୟତା କେନ୍ଦ୍ର ଓ ପୁଲିସକୁ ଫୋନ ଯୋଗେ ସମ୍ପୃକ୍ତ ଘଟଣା ବିଷୟରେ ଜଣାଇଲେ। ମାତ୍ର ପୁଲିସ ଓ ସହାୟତା କେନ୍ଦ୍ରର କର୍ମଚାରୀ ପହଞ୍ଚିବା ପରେ ଘଟଣାର ଏକ ଭିନ୍ନ ମୋଡ଼ ଓ ଆଶ୍ଚର୍ଯ୍ୟ କରିଦେବା ଭଳି ସତ ଦେଖିବାକୁ ପାଇଲେ। ଏଭଳି ଏକ ଘଟଣା ସ୍ପେନର ମୋଲିନା ଡ଼େ ସେଗୁରା ନାମକ ଏକ ସହରର।
ସୂଚନା ଯୋଗ୍ୟ, ପୁଲିସ ଉକ୍ତ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣତଥ୍ୟ ଟୁଇଟ କରି ଜଣାଇଥିଲେ, ଯେଉଁ ସମୟରେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ଲୋକେ ଭୁଲ ବଶତଃ ଏକ କୁକୁରକୁ ସିଂହ ବୋଲି ଭାବି ଦେଇଥିଲେ। ଯେଉଁ ସମୟରେ ସ୍ଥାନୀୟଲୋକେ ଉକ୍ତ ଘଟଣା ବିଷୟରେ ସତ ଜାଣିଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପୁଲିସ ଓ ସହାୟତା କେନ୍ଦ୍ରର କର୍ମଚାରୀ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଲୋକେ ଦେଖିଥିବା ସିଂହକୁ ନିଜ ଅଧୀନରେ କରି ନେଇଥିଲେ। ଏହାପରେ ଭଲ ଭାବେ ଦେଖାଯିବା ପରେ ଜଣାପଡ଼ିଥିଲା, ତାହା ଏକ ପୋଷା କୁକୁର। ସିଂହ ଭଳି ଦେଖାଯାଉଥିବା ଏହି କୁକୁରଟିର ବେକପାଖର କେଶକୁ ସିଂହ ଭଳି ଓ ଶରୀରର ଲୋମକୁ ମଧ୍ୟ ସିଂହ ଭଳି କଟାଯାଇଥିଲା। ଯାଦ୍ୱାରା ଲୋକେ ଭୁଲ ବଶତଃ କୁକୁରକୁ ସିଂହ ଭାବିଥିଲେ। ଉକ୍ତ କୁକୁରଟିକୁ ଉଦ୍ଧାର କରିବା ପରେ ତା’ ମାଲିକୁ ଫେରାଇ ଦିଆଯାଇଥିଲା ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories