www.samajalive.in
Monday, December 8, 2025
27.1 C
Bhubaneswar

ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଥିଲେ….

ବର୍ତ୍ତମାନ ସମୟରେ ପ୍ରତ୍ୟେକେ ନିଜ ଖାଦ୍ୟପାନୀୟ ବାବଦରେ ସତର୍କ ରହିବା ଜରୁରୀ। ସୁଆଦିଆ ଖାଦ୍ୟ ଉପରେ ଜୋର୍‌ ନ ଦେଇ ବରଂ ପୋଷକତତ୍ତ୍ବ ଭରପୂର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। କରୋନା ଭାଇରସ୍ କିମ୍ବା ଅନ୍ୟ ଯେ କୌଣସି ପ୍ରକାର ସଂକ୍ରାମକ ରୋଗରୁ ବର୍ତ୍ତିବାକୁ ଚାହଁଥିଲେ, ନିଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଧ୍ୟାନ ଦିଅନ୍ତୁ।

– ଅଁଳା ଫଳ କିମ୍ବା ବଜାରରେ ମିଳୁଥିବା ଅଁଳା ଆଚାର ଖାଇବାର ଅଭ୍ୟାସ କରିବା ଉଚିତ। ସକାଳ ଜଳଖିଆରେ ରୁଟି କିମ୍ବା ପରଟା ସହ ନଚେତ୍ ଦ୍ବିପହର ଭୋଜନରେ ଭାତ ସହ ଏହିଁ ଅଁଳା ଅଚାର ମିଶାଇ ଖାଇବା ଆମ ଶରୀରକୁ ଶକ୍ତି ଯୋଗାଇଥାଏ।
– ରାତ୍ରିଭୋଜନ ପରେ ନଖଉଷୁମ ଖିରରେ ଚିମୁଟାଏ ଶୁଦ୍ଧ ହଳଦୀ ମିଶାଇ ପିଅନ୍ତୁ। ଥଣ୍ଡା, କାଶ, ସର୍ଦିରୁ ରକ୍ଷା କରିବା ସହ ଯକୃତ ଓ କର୍କଟ ରୋଗର ଆଶଙ୍କା ମଧ୍ୟ କମ୍ କରେ।
– ଓମେଗା ଥ୍ରୀ ଓ ଓମେଗା-୬ଯୁକ୍ତ ଖାଦ୍ୟ ଖାଇବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ଭିଟାମିନ୍ ଟାବଲେଟ୍ ଖାଇପାରନ୍ତି। ନିଜ ମନକୁ ନିଷ୍ପତ୍ତି ନେଇ ଏସବୁ ଖାଆନ୍ତୁ ନାହିଁ, ସ୍ବାସ୍ଥ୍ୟ ହାନି ହେବାର ଭୟ ରହିଛି।
– ଗୋଟିଏ ଦିନ ପୋଷକତତ୍ତ୍ବ ଭରପୂର ଖାଦ୍ୟ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େନାହିଁ। ବରଂ ନିୟମିତ ଭାବେ ଖାଦ୍ୟତାଲିକା ପ୍ରସ୍ତୁତ କରି ଏସବୁ ଖାଦ୍ୟ ଖାଇଲେ ଲାଭ ମିଳିଥାଏ।
– ଫ୍ରିଜ୍‌‌ରୁ ଖାଦ୍ୟ ବାହାର କରି ତୁରନ୍ତ ଖାଆନ୍ତୁ ନାହିଁ। ଏହାକୁ କିଛି ସମୟ ବାହାର ତାପମାତ୍ରାରେ ପ୍ରଥମେ ରଖିବେ। ପରେ ଭଲଭାବେ ଗରମ କରି ଖାଇବା ଉଚିତ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories