www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଅପଡେଟ : ୧୦୫ ଦେଶକୁ ବ୍ୟାପିଲା ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୮୧୭

ଜେନେଭା : କରୋନା ଭୂତାଣୁ ସଂକ୍ରମଣ ଏକ ବିଶ୍ୱବ୍ୟାପୀ ବିପଦ ଭାବେ ଦେଖାଦେଇଛି ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।  ଏହି ଭୂତାଣୁ ୧୦୦ରୁ ଅଧିକ ଦେଶରେ ତା’ର ପ୍ରଭାବ ବିସ୍ତାର କରିଛି। ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍‍ରସ୍‍ ଆଧାନୋମ୍‍ ଘେବ୍ରିୟେସସ୍ କହିଛନ୍ତି, ଏହି ଭୂତାଣୁ ବିଭିନ୍ନ ଦେଶରେ ତା’ର କାୟା ବିସ୍ତାର କରିଥିବାରୁ ଏହି ମହାମାରୀ ସମଗ୍ର ବିଶ୍ୱକୁ ବ୍ୟାପିବାର ଭୟ ଦେଖାଦେଇଛି। ସେ କହିଛନ୍ତି, ଇତିହାସର ପ୍ରଥମ ବିଶ୍ୱବ୍ୟାପୀ ମହାମାରୀ ଭାବରେ ଏହାକୁ ବିଭିନ୍ନ ଦେଶର ସରକାର, ବାଣିଜ୍ୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷମାନେ ନିୟନ୍ତ୍ରଣ କରିବାକୁ ସାମୂହିକ ପ୍ରୟାସ କରୁଛନ୍ତି।

ଗତବର୍ଷ ଡିସେମ୍ବର ମାସରେ ଚୀନ୍‍ର ଉହାନ୍‍ ସହରରୁ ଏହି ସଂକ୍ରମଣ ୧୦୫ଟି ଦେଶକୁ ବ୍ୟାପିବା ଫଳରେ ୩୮୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସହିତ ଲକ୍ଷେ ୧୦ ହଜାର ୨୯ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories