www.samajalive.in
Monday, December 8, 2025
27.1 C
Bhubaneswar

ଇସ୍ତଫା ପରେ ‘ଦଳ ବିରୋଧୀ କାର୍ଯ୍ୟ’ ପାଇଁ ଜ୍ୟୋତିରାଦିତ୍ୟଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ

ସମାଜ ପୋର୍ଟାଲ ଡେସ୍କ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ଦିନ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବହିଷ୍କାର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇସିସିର ସାଧାରଣ ସଂପାଦକ କେ.ସି ଭେନୁଗୋପାଲ କହିଛନ୍ତି, ଜ୍ୟୋତିରାଦିତ୍ୟଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ବହିଷ୍କାର କରିବାକୁ କଂଗ୍ରେସ ଅଧ୍ୟକ୍ଷା ଅନୁମୋଦନ କରିଛନ୍ତି। ତେବେ ପୂର୍ବରୁ ସିନ୍ଧିଆ କଂଗ୍ରେସ ସଭାନେତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଓ କହିଛନ୍ତି ଯେ ଆଗକୁ ବଢିବାର ସମୟ ଆସିଛି।

ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ,”ଗତ ୧୮ ବର୍ଷ ଧରି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ରହିଆସିଛି। ବର୍ତ୍ତମାନ ମୋର ଆଗକୁ ବଢିବାର ସମୟ ଆସିଛି। ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ଏବଂ ଆପଣ ଜାଣନ୍ତି କଂଗ୍ରେସ ଦଳ କେଉଁ ଆଡକୁ ଗତି କରୁଛି। ସିନ୍ଧିଆଙ୍କ ପ୍ରତି ବିଶ୍ୱସ୍ତ କଂଗ୍ରେସ ବିଧାୟକମାନେ ପୂର୍ବରୁ ସୂଚାଇ ଦେଇଥିଲେ ଯେ ସେମାନେ କମଲନାଥ ନେତୃତ୍ୱାଧୀନ ସରକାରରୁ ବାହାରି ଯାଇପାରନ୍ତି।

- Advertisement -

ଗତକାଲି ବିଳମ୍ବିତ ରାତିରେ କ୍ୟାବିନେଟ ବୈଠକରେ ପ୍ରାୟ ୨୦ ଜଣ କ୍ୟାବିନେଟ ମନ୍ତ୍ରୀ କମଲନାଥଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ କ୍ୟାବିନେଟ ପୁନର୍ଗଠନ କରିବା ସମ୍ଭାବନା ରହିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories