www.samajalive.in
Monday, December 8, 2025
27.1 C
Bhubaneswar

ଆନ୍ତର୍ଜାତିକ ମହିଳା ଦିବସ : ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ସମାଜ ପୋର୍ଟାଲ ଡେସ୍କ :  ଆଜି  ଆନ୍ତର୍ଜାତିକ ମହିଳା ଦିବସ।  ବିଶ୍ୱରେ ଲିଙ୍ଗଗତ ସମତା ସ୍ଥାପନ ଏବଂ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ନ୍ୟାୟୋଚିତ ସୁବିଧା ସୁଯୋଗ ପ୍ରଦାନ ଏହି ଦିବସ ପାଳନର ଲକ୍ଷ୍ୟ। ଜାତିସଂଘ ନିଷ୍ପତ୍ତିକ୍ରମେ ମାର୍ଚ୍ଚ ୮ ତାରିଖ ପ୍ରତିବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସ ପାଳନର ବାର୍ତ୍ତା ହେଉଛି ‘ମୁଁ ସମତାର ପିଢ଼ି : ମହିଳାଙ୍କ ଅଧିକାର ସାବ୍ୟସ୍ତ କରୁଛି।’ ସମଗ୍ର ବିଶ୍ୱରେ ସର୍ବତ୍ର ଏଯାଏ ମହିଳାମାନଙ୍କୁ ସେମାନଙ୍କର ପୁରୁଷ ସହକର୍ମୀଙ୍କ ଅନୁସାରେ ସମାନ ବେତନ ଓ ମଜୁରୀ ମିଳୁନାହିଁ। ରାଜନୀତି, ବ୍ୟବସାୟ ଓ ଅନ୍ୟାନ୍ୟ ବୃତ୍ତିଗତ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଆନୁପାତିକ ପ୍ରତିନିଧିତ୍ୱ ସମାନ ନୁହେଁ। ତେବେ ନିରନ୍ତର ଉଦ୍ୟମ ଫଳରେ ସମାଜ ଓ ରାଷ୍ଟ୍ର କ୍ଷେତ୍ରରେ ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ସେମାନଙ୍କୁ ସମତା ପ୍ରଦାନ ଏବଂ ନାରୀମୁକ୍ତି
ପାଇଁ ସ୍ୱର ଉତ୍ଥାପିତ ହେଉଛି।
ରବିବାର ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ। ଏହି ରାଷ୍ଟ୍ରୀୟ ପୁରସ୍କାର ପ୍ରତିବର୍ଷ ମହିଳା ସଶକ୍ତିକରଣ ଏବଂ ବଞ୍ଚିତ ତଥା ଉପେକ୍ଷିତ ମହିଳାଙ୍କ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ଗୋଷ୍ଠୀ ଓ ସଂଗଠନକୁ ପ୍ରଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀ ନାରୀଶକ୍ତି ପୁରସ୍କାରପ୍ରାପ୍ତ ମହିଳାମାନଙ୍କୁ ଆଜି ନୂଆଦିଲ୍ଲୀଠାରେ ତାଙ୍କ ବାସଭବନରେ ଭେଟି ଆଲୋଚନା କରିବେ। ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ କେତେକ ସଫଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories