www.samajalive.in
Tuesday, December 9, 2025
17.1 C
Bhubaneswar

ରାଉରକେଲା ଏସପିଙ୍କ ନିକଟରେ ମାଓଦମ୍ପତିଙ୍କ ଆତ୍ମସମର୍ପଣ

ରାଉରକେଲା : ଗତ ୪ ତାରିଖ ଦିନ ଜାତୀୟ ସୁରକ୍ଷା ଉପଦେଷ୍ଟା କେ. ବିଜୟ କୁମାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମାଓ ପ୍ରବଣ ଅଞ୍ଚଳରେ ଦୃଢ ହସ୍ତରେ ମାଓ ଦମନ ପାଇଁ ସମୀକ୍ଷା ବୈଠକ କରିବା ପରେ ଆଜି ସମାଜର ମୁଖ୍ୟସ୍ରୋତରେ ସାମିଲହେବା ପାଇଁ ଜଣେ ମାଓଦମ୍ପତି ରାଉରକେଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓଦମ୍ପତି ହେଉଛନ୍ତି ରାଜୁ କାଏମ ଏବଂ ଅନୀତା ମାରଲା। ରାଜୁ ଓ ଅନୀତା ବହୁ ମାଓକାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡିଛି। ରାଜୁ ୨୦୧୧ ମସିହାରୁ ମାଓ ସଙ୍ଗଠନରେ ଯୋଗଦାନ କରିଥିବା ବେଳେ ଅନୀତା ୨୦୧୨ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ। ରାଜୁ ଓ ଅନୀତା ଉଭୟ ପ୍ରେମ କରୁଥିବାରୁ ୨୦୧୩ରେ ସେମାନେ ବିବାହ କରିଥିଲେ। କିନ୍ତୁ ମାଓ ସଙ୍ଗଠନ ମଧ୍ୟରେ ରହି ଦୁଇ ପ୍ରେମୀଯୁଗଳ ନିଜର ପ୍ରେମକୁ ସଠିକ ଦିଗଦର୍ଶନ ଦେଇପାରୁନଥିଲେ। ମାଓ ସଙ୍ଗଠନ ମଧ୍ୟରେ ଏହି ଦମ୍ପତିଙ୍କୁ ମିଳନର ସୁବିଧା ମଧ୍ୟ ମିଳୁନଥିଲା।  ଅନ୍ୟପକ୍ଷେ ଏହି ଦମ୍ପତିଙ୍କ ମିଳନକୁ ମଧ୍ୟ ସହ୍ୟ କରୁପାରୁନଥିଲେ ମାଓ ସଙ୍ଗଠନର ଅନ୍ୟ ସାଥୀମାନେ। ଯାହା ଫଳରେ ଏମାନଙ୍କ ଉପରେ ବଢିଚାଲିଥିଲା ମାନସିକ ଏବଂ ଶାରିରୀକ ଅତ୍ୟାଚାର। ଯାହାକୁ ସହ୍ୟ କରିପାରିନଥିଲେ ରାଜୁ ଓ ଅନୀତା। ସମାଜର ମୂଖ୍ୟସ୍ରୋତରେ ସାମିଲ ହେବାପାଇଁ ଏହି ମାଓଦମ୍ପତି ଧିରେ ଧିରେ ମାଓ କାର୍ଯ୍ୟକଳାପରୁ ବିରତ ରହିବାକୁ ଚେଷ୍ଟା କରୁଥିଲେ। ବନ୍ଧୁକ ଛାଡି ସମାଜର ମୂଖ୍ୟସ୍ରୋତରେ ସାମିଲ ହେବାପାଇଁ ଏହି ମାଓଦମ୍ପତି ଶେଷରେ ଶନିବାର ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀ ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories