www.samajalive.in
Monday, December 8, 2025
17.1 C
Bhubaneswar

କରୋନା ଭୂତାଣୁ ସଂକ୍ରମଣକୁ ସ୍ବାସ୍ଥ୍ୟ ବୀମା ପଲିସି ଅଧିନକୁ ଆଣିବାକୁ ଆଇଆରଡିଏର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ବୀମା ନିୟନ୍ତ୍ରଣ ଓ ଉନ୍ନୟନ ପ୍ରାଧିକରଣ (ଆଇଆରଡିଏ) ସମସ୍ତ ବୀମା କମ୍ପାନୀକୁ ସେମାନଙ୍କ ବୀମାଧାରୀ କରୋନା  ସଂକ୍ରମିତ ରୋଗୀଙ୍କୁ ସୁରୁଖୁରୁରେ ଓ ଖୁବ୍‍ ଶୀଘ୍ର ସ୍ବାସ୍ଥ୍ୟ ବୀମା ରାଶି ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୀମାଧାରୀ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ସମସ୍ତ ଦାବି ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି। ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରି କର୍ତ୍ତୃପକ୍ଷ ବୀମା କମ୍ପାନୀମାନଙ୍କୁ କରୋନା ରୋଗ ଚିକିତ୍ସା ପାଇଁ ଖର୍ଚ୍ଚ ଓ ନୀତି ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ସ୍ବାସ୍ଥ୍ୟ ବୀମା ପଲିସି ଅଧିନକୁ ଆଣିବାକୁ ଆଇଆରଡିଏ ପକ୍ଷରୁ କୁହାଯାଇଛି। ରୋଗୀମାନଙ୍କୁ ଅଲଗା ରଖିବା ସମୟ ସହିତ ଚିକିତ୍ସା ଜନିତ ଖର୍ଚ୍ଚ ଆଦି ବିଷୟକୁ ବିଚାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories