www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ବର-କଟକ ମଧ୍ୟରେ ଆଜିଠାରୁ ଗଡ଼ିବ ଜନସାଧାରଣ ଟ୍ରେନ୍

ଭୁବନେଶ୍ବର : ଦ୍ଵୈତନଗରୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ‌େ‌ ରଖି ଆଜିଠାରୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଜନସାଧାରଣ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରାଳୟ ତଥା ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଏହି ସ୍ବତନ୍ତ୍ର ଟ୍ରେନ୍‌ର ସୁବିଧା ମିଳିବ। ମିଳିଥିବା ସୂଚନା ଅନୁସାରେ ୦୮୪୬୦ ଭୁବନେଶ୍ୱର-କଟକ ଜନସାଧାରଣ ଟ୍ରେନ ଭୁବନେଶ୍ୱରଠାରୁ ଦିନ ୧ଘ.୩୦ମି.ରେ ଛାଡି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଠାରେ ଅପରାହ୍ନ ୨ଘ.୩୦ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ କଟକଠାରୁ ଅପରାହ୍ନ ୨ଘ.୪୦ମି.ରେ ଛାଡି ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱରରେ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନରେ ରହଣି କରିବ। କଟକରୁ ଭୁବନେଶ୍ବର ଫେରିବା ସମୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରେପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନରେ ରହଣି କରିବ।
ଏହି ଟ୍ରେନ୍ ଚାଲିବା ଫଳରେ ଭୁବନେଶ୍ୱର, କଟକ, ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲାର କିଛି ଅଞ୍ଚଳର ଯାତ୍ରୀ ଉପକୃତ ହୋଇପାରିବେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories