www.samajalive.in
Monday, December 8, 2025
20.1 C
Bhubaneswar

ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ କ୍ରିକେଟ୍‌ : ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି

ମେଲବୋର୍ଣ୍ଣ  : ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌ ଏ’ରେ ଭାରତୀୟ କ୍ରିକେଟ୍ ଦଳ ଶନିବାର ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌ରେ ଗତଥରର ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଶ୍ରୀଲଙ୍କାକୁ ପରାସ୍ତ କରି ଗ୍ରୁପ୍‌ର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।
ବିଶ୍ବକପ୍‌ରେ ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ମାନେ ଆଶାନୁରୂପ ପ୍ରଦର୍ଶନ କରିବାରେ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇ ପାରିନଥିବା କିଛିଟା ସମସ୍ୟା ସୃଷ୍ଟି କରିଛି। ସେଫାଳି ବର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଭାରତୀୟ କ୍ରିକେଟର୍‌ ଆଖିଦୃଶିଆ ସ୍କୋର କରିପାରି ନାହାନ୍ତି। ତେଣୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ନିଜ ବ୍ୟାଟିଂରେ ସୁଧାର ଆଣିବାକୁ ଭାରତୀୟ ଖେଳାଳିଙ୍କ ନିକଟରେ ସୁଯୋଗ ରହିଛି। ବିଶେଷ କରି ଭାରତୀୟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌର୍, ବେଦା କ୍ରିଷ୍ଣାମୂର୍ତ୍ତି ଓ ସ୍ମୃତି ମାନ୍ଧାନା ପ୍ରମୁଖ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅଧିକ ରନ୍‌ ସ୍କୋର କରି ସେମିଫାଇନାଲ ନିମନ୍ତେ ନିଜକୁ ପ୍ରସ୍ତୁତ କରି ପାରିବେ।
ଅନ୍ୟପକ୍ଷରେ ଭାରତୀୟ ଦଳର ବୋଲର ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି। ଲେଗ୍‌ସ୍ପିନର ପୁନମ ଯାଦବ ଚମତ୍କାର ଫର୍ମରେ ରହିଥିବା ବେଳେ ରାଜଶ୍ବେରୀ ଗାଏକ୍ବାଡ୍‌, ଦିପ୍ତୀ ଶର୍ମା ଓ ଦ୍ରୁତ ବୋଲର ଶିଖା ପାଣ୍ଡେ ଠିକ୍‌ଠାକ ପ୍ରଦର୍ଶନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories