www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀ ପୁଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା; କହିଲେ ଆଉ ଏକ ୧୯୮୪ର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟି ସାରିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ବି ସାମିଲ ଅଛନ୍ତି। ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ସହିତ କୋର୍ଟ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରିବା ସହ ଦିଲ୍ଲୀରେ ଆଉ ଏକ ୧୯୮୪ର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି।

ଉତ୍ତର ପୂର୍ବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ସାମିଲ ଲୋକମାନଙ୍କୁ ଗିରଫ କରିବା ଦାବି କରି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି ବୁଧବାର ହୋଇଥିଲା। ବୃନ୍ଦା କରାତ୍‌ଙ୍କ ଅଭିଯୋଗ ଆଧାରରେ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ବିରୋଧରେ ଏତଲା ରୁଜୁ ହେବ କି ନାହିଁ ସେ ନେଇ ମାର୍ଚ୍ଚ ୨ରେ କୋର୍ଟ ଶୁଣାଣି କରିବେ।

- Advertisement -

ତେ​‌ବେ ମାମଲାର ଶୁଣାଣି ସମୟରେ ଜଷ୍ଟିସ ମୁରଲୀଧର କହିଥିଲେ, ପରିସ୍ଥିତି ବହୁତ ଖରାପ ଅଛି। ଆମେ ସମସ୍ତେ ସେହି ଭିଡିଓ ଦେଖିଛୁ, ଯେଉଁଥିରେ ଅନେକ ନେତା ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଛନ୍ତି। ଏସବୁ ଭିଡିଓ ସମସ୍ତ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଛି। ଏହା ପରେ କୋର୍ଟ ସମସ୍ତ ଓକିଲ, ଡିସିପି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ଉପସ୍ଥିତିରେ ବିଜେପି ନେତା କପିଲ ମିଶ୍ରାଙ୍କ ଉକ୍ତ ଭିଡିଓ ଚାଲୁ କରିଥିଲେ। ଏହା ପରେ ଜଷ୍ଟିସ ମୁରଲୀଧର କହିଲେ ଯେ, ପୁଲିସର ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏହା ସହିତ କୋର୍ଟ ବିଜେପି ନେତାମାନଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ସଲିସିଟର ଜେନେରାଲଙ୍କୁ ପରାମର୍ଶ ଦେଇଥିଲେ। ହାଇକୋର୍ଟ ଆହୁରି କହିଥିଲେ ଯେ, ପୁଲିସକୁ ହିଂସା ମାମଲାରେ ଅଦାଲତଙ୍କ ନିର୍ଦେଶର ଆବଶ୍ୟକତା ନାହିଁ। ପୁଲିସ ସ୍ବତ୍ତଃ ମାମଲା ବିଷୟରେ ଅବଗତ ହୋଇ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories