www.samajalive.in
Thursday, December 11, 2025
26.1 C
Bhubaneswar

କଳ୍ପନା-ବବ୍‌ଲି ହତ୍ୟା ଘଟଣା – ନାର୍କୋ ଟେଷ୍ଟ ଆବେଦନ ଅଗ୍ରାହ୍ୟ

ଝାରସୁଗୁଡ଼ା: କଳ୍ପନା-ବବ୍‌ଲି ହତ୍ୟା ଘଟଣାରେ ଅଧିକ ପ୍ରମାଣ ସଂଗ୍ରହ ଛତିଶଗଡ଼ ପୁଲିସ ପାଇଁ ବଡ଼ ଆହ୍ୱାନ ହୋଇପଡ଼ିଛି। ଅନୁପ ଓ ବର୍ଦ୍ଧନ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ଦାବି କରୁଛି ଓ ଉଭୟ ଅଭିଯୁକ୍ତ ଏହାକୁ ସ୍ୱୀକାର କରୁଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି। ଏହି ପ୍ରମାଣକୁ ଅଧିକ ଦୃଢ଼ କରିବା ପାଇଁ ଅନୁପଙ୍କ ନାର୍କୋ ଟେଷ୍ଟ ନିମନ୍ତେ ପୁଲିସ ଉଦ୍ୟମ ଚଳାଇଛି। କିନ୍ତୁ ଅଦାଲତ ପୁଲିସର ଆବେଦନକୁ ଗ୍ରହଣ କରିନାହାନ୍ତି। ଇତିମଧ୍ୟରେ ଅଦାଲତ ୩ ଥର ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରିବାକୁ ଉଦ୍ୟମ କରିଛନ୍ତି ମାତ୍ର ତାହା ଅଦାଲତରେ ଗ୍ରହଣଯୋଗ୍ୟ ହୋଇନାହିଁ। ଅନ୍ୟପରେ ଅନୁପ ହୃଦ୍‌ରୋଗ ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ଏବଂ ନିୟମିତ ଔଷଧ ସେବନ କରୁଥିବାରୁ ଜେଲ୍‌ରେ ତାଙ୍କୁ ସେହି ଔଷଧ ଯୋଗାଇ ଦେବାକୁ ଆବେଦନ କରିଛନ୍ତି। ଏହା ସହ ଜେଲ୍‌ରେ ତାଙ୍କର ସ୍ୱାସ୍ଥ୍ୟପ୍ରତି ବିପଦ ଥିବାରୁ ତାଙ୍କୁ ଜାମିନ ଦିଆଯିବା ନିମନ୍ତେ ମଧ୍ୟ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ଛତିଶଗଡ଼ ପୁଲିସ ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଜାରି ରଖିଛି। ଜେରା ସମୟରେ ପୁଲିସକୁ କଣ ନିର୍ଦ୍ଦିଷ୍ଟ ପ୍ରମାଣ ମିଳିଛି, ତାହା ଜଣାପଡ଼ି ନ ଥିବାବେଳେ ଏବେ ପୁଲିସ ଗୋପନରେ ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି। ଜେରା ସମୟରେ କ’ଣ ପ୍ରମାଣ ପୁଲିସ ହାସଲ କରିଛି ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ତେବେ ଶନିବାର ସନ୍ଧ୍ୟାରେ ଅନୁପଙ୍କୁ କୋର୍ଟରେ ହାଜର କରାଯିବ ବୋଲି ରାୟଗଡ଼ ଏଏସ୍‌ପି ଅଭିଷେକ ବର୍ମା କହିଛନ୍ତି। ଅନୁପ ଓ ବର୍ଦ୍ଧନର ବୟାନ, ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତ ତଥା ସେମାନଙ୍କ ସମ୍ପର୍କୀୟ ଓ ସହଯୋଗୀମାନଙ୍କୁ ପଚରାଉଚୁରା କଲା ପରେ ମିଳିଥିିବା ତଥ୍ୟ ଆଧାରରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର, ଗାଡି ଓ ଏଥିରେ ସାମିଲ ଥିବା ଲୋକଙ୍କ ବିଷୟରେ ପୁଲିସକୁ ଅଧିକ ସୂଚନା ମିଳି ପାରିଛି। ହତ୍ୟାକାଣ୍ଡରେ ସାମିଲଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଏସମସ୍ତ ତଥ୍ୟକୁ ଏକଜୁଟ କରି ହତ୍ୟାକାଣ୍ଡରେ ସାମିଲ ଥିବା ପ୍ରତ୍ୟେକ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରଖିଛି ବୋଲି ସେ କହିଛନ୍ତି।

- Advertisement -

ତେବେ କଳ୍ପନା ଓ ବବଲିକୁ ଲୁହା ରଡରେ ଆକ୍ରମଣ କଲା ପରେ ତାଙ୍କ ଉପରେ ମଡା ଯାଇଥିବା ବୋଲେରୋକୁ ଖୋଜିବା ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଦଳ ଗୁଜୁରାଟ ଯାଇଛି। ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ବୋଲେରୋ ଅଛି ନା ତାକୁ ସଂପୂର୍ଣ୍ଣ ନଷ୍ଟ କରିଦିଆଯାଇଛି ଏଯାଏ ସ୍ପଷ୍ଟ ହୋଇନାହିଁ। ଛତିଶଗଡ଼ ପୁଲିସ ଏବେ ବୋଲେରୋ ଉପରେ ସଂପୂର୍ଣ୍ଣ ଭାବରେ ଫୋକସ କରିଛି। ଅନୁପ ସାଏ ପୂର୍ବରୁ ଏକ ବଲେରୋ ବ୍ୟବହାର କରୁଥିଲେ। ଓଆର୦୨ଏୱଇ୮୫୯୬ ବଲେରୋଟିକୁ ୨୦୦୯ ମସିହାରେ କିଣିଥିଲେ ଓ ୨୦୧୫ ମସିହାରେ ତାଙ୍କର ସମ୍ପର୍କୀୟ ସୁନିଲ କୁମାର ସାଏ ଦେଓଙ୍କୁ ବିକ୍ରି କରିଥିଲେ। ସୁନିଲ ୨୦୧୭ ଜୁଲାଇ ମାସରେ ତାହାକୁ ଅନ୍ୟ ଜଣକୁ ବିକ୍ରି କରିଥିଲେ। ଇତି ମଧ୍ୟରେ ବଲୋରୋଟି ଆଉ ଦୁଇ ଜଣକୁ ବିକ୍ରି କରାଯାଇଥିବା ଜଣାପଡ଼ିଛି। ବଲେରୋ ଗୁଜରାଟରେ ବିକ୍ରି ହୋଇଥିବା ସୂଚନା ମିଳିବା ପରେ ପୁଲିସର ଏକ ଦଳ ତଦନ୍ତ ପାଇଁ ଗୁଜରାଟ ଯାଇଛି। ଏହାସହ ଅନୁପଙ୍କ ପାଖରେ ଥିବା ଇନୋଭା(ଓଡ଼ି୦୨ଭି୯୭୪୪)କୁ ପୁଲିସ ଜବତ କରିଛି। ତେବେ ଜବତ କରିଥିବା ଇନୋଭା ଓ ବୋଲେରୋରୁ ହତ୍ୟାକାଣ୍ଡ ବିଷୟରେ କେତେ କଣ ପ୍ରମାଣ ମିଳିବ ସେ ବିଷୟରେ ପୁଲିସ କିଛି ସ୍ପଷ୍ଟ କରିନାହିଁ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories