www.samajalive.in
Tuesday, December 9, 2025
17.1 C
Bhubaneswar

ଭୂମି ଭିତରକୁ ରହିଛି ଏଠାରେ ଶିବଲିଙ୍ଗ, ନିକଟରେ ଓଁ ଆକାରର ସମୁଦ୍ର କୂଳ

ସାରା ଦେଶରେ ମହାଶିବରାତ୍ରୀ ଖୁବ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ଜାଣନ୍ତୁ ଏପରି ଏକ ଲିବଲିଙ୍ଗ ବିଷୟରେ ଯାହା ଭୂମିର ଭିତରକୁ ରହିଛି। କେବଳ ଏହା ନୁହେଁ ବରଂ ଏହି ସ୍ଥାନରେ ସମୁଦ୍ର ନିକଟରେ ଥିବା କୂଳରେ ଓଁ ଆକାର ରହିଛି। ଏହି ସ୍ଥାନ କର୍ଣ୍ଣାଟକର ଗୋକର୍ଣ୍ଣରେ ରହିଛି।
ଗୋକର୍ଣ୍ଣରେ ଏପରି ଏକ ସମୁଦ୍ର କୂଳ ରହିଛି ଯାହାର ଆକାର ସମ୍ପୂର୍ଣ୍ଣ ଓଁ ଆକାର ଭଳି। ଏହାର ନିକଟରେ ହିଁ ମନ୍ଦିରରେ ଭୂମି ଭିତରେ ହିଁ ଆତ୍ମଲିଙ୍ଗ ରହିଛି। ଏହାସହ ଉକ୍ତ ସ୍ଥାନ ସହ ପ୍ରଭୁ ଶିବଶଙ୍କର, ଗଣେଶ, ରାବଣଙ୍କ କଥା ମଧ୍ୟ ଜଡ଼ିତ ରହିଛି।
ମାନ୍ୟତା ଓ ପୌରାଣିକ କଥା ଅନୁଯାୟୀ, ଅମର ବର ପାଇଁ ଯେଉଁ ସମୟରେ ରାବଣ ପ୍ରଭୁ ଶଙ୍କରଙ୍କର ଆରାଧନା କରିଥିଲେ, ସେହି ସମୟରେ ହିଁ ପ୍ରଭୁ ଭୋଳାଶଙ୍କର ପ୍ରସନ୍ନ ହୋଇ ରାବଣଙ୍କୁ ଏକ ଶିବଲିଙ୍ଗ ଦେଇଥିଲେ। ଯାହାକୁ ଆତ୍ମ ଲିଙ୍ଗ କୁହାଯାଉଛି।
ପ୍ରଭୁ ଶଙ୍କର ଆତ୍ମଲିଙ୍ଗଟିକୁ ରାବଣକୁ ଅର୍ପଣ କରିବା ସମୟରେ ଜଣାଇଥିଲେ ଏହାକୁ ଲଙ୍କାକୁ ନେଇ ସେଠାରେ ସ୍ଥାପନ କରିବାକୁ। ମାତ୍ର ଏହାକୁ କେଉଁ ଠାରେ ନରଖିବାକୁ। କାରଣ ଏହାକୁ ଯେଉଁଠାରେ ରଖିବ ସେଠାରେ ହିଁ ଏହା ସ୍ଥାପିତ ହୋଇଯିବ। ଏହାସହ ନିଜର ଅମର ବର ପାଇବାକୁ ହେଲେ ରାବଣଙ୍କୁ ଏହି ଲିଙ୍ଗଙ୍କୁ କେବଳ ଲଙ୍କାରେ ହିଁ ସ୍ଥାପିତ କରିବାକୁ ହେବ।
ଏହାପରେ ରାବଣ ଆତ୍ମଲିଙ୍ଗ ନେଇ ଯାଉଥିଲେ। ମାତ୍ର ଦେବତାମାନେ ଚାହିଁ ନଥିଲେ ରାବଣ ଅମର ହେଉ। ତେଣୁ ଭଗବାନ ନାରାୟଣ ମାୟା ପୂର୍ବକ ପ୍ରଭୁ ଗଣେଶଙ୍କ ମାଧ୍ୟମରେ ସେଠାରେ ହିଁ ଆତ୍ମଲିଙ୍ଗକୁ ରଖି ଦେଇଥିଲେ। ଏହା ଜାଣି ରାବଣ କ୍ରୋଧିତ ହେବା ସହ ଆତ୍ମଲିଙ୍ଗକୁ ନଷ୍ଟ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଏହାକୁ ଭୂମି ତଳୁ ସମ୍ପୂର୍ଣ୍ଣ ରୂପେ ବାହାର କରିପାରି ନଥିଲେ।
ତେଣୁ ଏହି କାରଣରୁ ଶିବଲିଙ୍ଗ ଭୂମି ଉପରକୁ ନୁହେଁ ବରଂ ଭୂମିର ବହୁ ତଳକୁ ରହିଛନ୍ତି। ଶିବଲିଙ୍ଗକୁ ସ୍ପର୍ଶ କରିବା ପାଇଁ ନିଜ ହାତକୁ କେବଳ ଭିତରୁ ନେବା ଦ୍ୱାରା ଏହା ସ୍ପର୍ଶ ହୋଇଥାଏ ବୋଲି କୁହାଯାଏ।
ଗୋକର୍ଣ୍ଣରେ ମହାବଲେଶ୍ୱରଙ୍କ ଏହି ମନ୍ଦିର ରହିଛି ଯେଉଁଠାରେ ଶିବଶଙ୍କର ଆତ୍ମଲିଙ୍ଗ ରୂପରେ ବିରାଜିତ ହୋଇ ରହିଛନ୍ତି। ଏହି ମନ୍ଦିରରୁ ୭ କିମି ଦୂରରେ ସମୁଦ୍ର ନିକଟରେ ଓଁ ଆକାରର ସମୁଦ୍ର କୂଳ ରହିଛି। କୂଳରେ ଭ୍ରମଣ ସମୟରେ ଏହି ଓଁ ଆକାର ସାଧାରଣ ଭଳି ଜଣାଗଲେ ମଧ୍ୟ ପାହାଡ଼ ଉପରକୁ ଯିବା ମାତ୍ରେ ଏହା ସମ୍ପୂର୍ଣ୍ଣ ଓଁ ଆକାର ଭଳି ସ୍ପଷ୍ଟ ଦେଖାଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories