www.samajalive.in
Monday, December 8, 2025
27.1 C
Bhubaneswar

ବ୍ରିଟିଶ୍ ଇତିହାସର ସବୁଠୁ ବଡ଼ ଚୋରି

ଚୋରି ବିଦ୍ୟାରେ ଧୁରୀଣ ଲୋକ ବିଶ୍ବର ବିଭିନ୍ନ ପ୍ରାନ୍ତରେ ରହିଛନ୍ତି। ଅନେକ ଚୋର ଏହି ପେସାରେ ନିଜ ଜୀବନ ଅତିବାହିତ କରିଥିବାର ପ୍ରମାଣ ମଧ୍ୟ ମିଳେ। ଗତ ୨୦୦ବର୍ଷର ଇତିହାସରେ ଏଭଳି ଅନେକ ବଡ଼ବଡ଼ ଚୋରିର ତଥ୍ୟ ଉଲ୍ଲେଖ ରହିଛି। ଏକ ବଡ଼ ଧରଣର ଚୋରି ୨୦୧୫ରେ ବ୍ରିଟେନସ୍ଥ ଲଣ୍ଡନର ହେଟନ୍ ଗାର୍ଡନ୍ ସେଫ୍ ଡିପୋଜିଟ୍ କମ୍ପାନୀରେ ହୋଇଥିଲା। ସେଠାକାର ଗଣମାଧ୍ୟମ ଏହାକୁ ବ୍ରିଟିଶ୍ ଇତିହାସର ସବୁଠୁ ବଡ଼ ଚୋରି ଭାବେ ଉଲ୍ଲେଖ କରିଥିଲା। ୭ଜଣ ବୟସ୍କ ଚୋର ଏହି ଦଳରେ ସାମିଲ ଥିଲାବେଳେ ସେମାନେ ମୋଟ୍ ୨୧୬କୋଟି ଟଙ୍କାର ଚୋରି କରିଥିଲେ। ଗୁପ୍ତ ସୁଡ଼ଙ୍ଗବାଟେ ଆସି ସେଫ୍ ଡିପୋଜିଟ୍ ଲକରରୁ ଦାମୀ ଅଳଙ୍କାର, ଗହଣା ସହ ନଗଦ୍ ୩୪କୋଟି ଟଙ୍କା ଚୋରି କରିଥିଲେ। ପୁଲିସ୍ ତଦନ୍ତରୁ  ପ୍ରାରମ୍ଭିକ ପର୍ୟ୍ୟାୟରେ ୧୨୦କୋଟି ଟଙ୍କା ଚୋରି ହୋଇଥିବାର ତଥ୍ୟ ମିଳିଲା। ପରବର୍ତ୍ତୀ ସମୟରେ କିନ୍ତୁ ଏହା ୨୧୬ କୋଟି ଟଙ୍କା ବୋଲି ଜଣାପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୪୦କୋଟି ଟଙ୍କାର ଜିନିଷପତ୍ର ଅନୁସନ୍ଧାନକାରୀ ପୁଲିସର ହସ୍ତଗତ ହୋଇଛି। ତୁରନ୍ତ ସେହି ବ୍ୟକ୍ତିମାନଙ୍କୁ ଏସବୁ ଫେରାଇ ଦିଆଯାଇଥିବାର ପ୍ରକାଶ। ବଡ଼ଦିନ ଛୁଟି ସମୟରେ ଚୋରମାନେ ଏହି ଚୋରି କରିବାକୁ ୨ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ବ୍ରିଟେନରେ ଲୋକେ ବ୍ୟାଙ୍କରେ ନିଜ ଦାମୀ ଅଳଙ୍କାରକୁ ରଖିବାକୁ ଆଉ ସୁରକ୍ଷିତ ମଣୁନାହାନ୍ତି।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories