www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାମୀ ସହିଦ ହେବାପରେ ବହୁରାଷ୍ଟ୍ରୀୟ କମ୍ପାନୀ ଛାଡ଼ି ସେନାରେ ଯୋଗଦେବାକୁ ପତ୍ନୀ ଦେଲେ ଏସ୍‌ଏସ୍‌ସି ପରୀକ୍ଷା

ଡେରାଡୁନ : ସେନା ବାହିନୀରେ ଯୋଗଦେବା ଲାଗି ଜଣେ ସହିଦଙ୍କ ପତ୍ନୀ ସର୍ଟ ସର୍ଭିସ କମିସନ (ଏସ୍‌ଏସ୍‌ସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ମହିଳା ଜଣଙ୍କ ହେଉଛନ୍ତି ସହିଦ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲଙ୍କ ପତ୍ନୀ ନିକିତା କୌଲ। ଗତବର୍ଷ ଫେବୃଆରୀ ମାସରେ ମେଜର ବିଭୂତି କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ସହ ଲଢେଇ ବେଳେ ସହିଦ ହୋଇଥିଲେ। ସହିଦ ହେବାର ମାତ୍ର ଏକବର୍ଷ ପୂର୍ବରୁ ବିଭୂତି ବିବାହ କରିଥିଲେ। ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗି ନଯାଇ ନିକିତା ସେନାରେ ଯୋଗଦେବା ପାଇଁ ମନସ୍ଥ କରିଥିଲେ। ସେନାରେ ଜଣେ ଅଫିସର ଭାବେ ଯୋଗ ଦେବାକୁ ସେ ପରୀକ୍ଷା ଦେଇଛନ୍ତି। ଇତିମଧ୍ୟରେ ସେନାରେ ଭର୍ତ୍ତି ପାଇଁ ହୋଇଥିବା ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଛି ଓ ନିକିତା ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ଆଗକୁ ଥିବା ସାକ୍ଷାତକାରରେ ସେ ଉତ୍ତୀର୍ଣ୍ଣ ହେବେ ବୋଲି ଆଶା ବାନ୍ଧିଛନ୍ତି। ନିକତା କହିଛନ୍ତି ଯେ ସେ ତାଙ୍କ ସ୍ବାମୀଙ୍କ ପରି ଜଣେ ସଚ୍ଚୋଟ ଅଫିସର ଭାବେ କାର୍ଯ୍ୟ କରିବାକୁ ଚାହାନ୍ତି। ଏହା ତାଙ୍କ ସ୍ବାମୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ନିକିତା ଏବେ ଦିଲ୍ଲୀର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି।

 

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories