www.samajalive.in
Monday, December 8, 2025
27.1 C
Bhubaneswar

ପୁଲୱାମା ଆକ୍ରମଣର ବର୍ଷପୂର୍ତ୍ତିରେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇ ୩ କାଶ୍ମୀର ଛାତ୍ର ଗିରଫ

ନୂଆଦିଲ୍ଲୀ : ଗତକାଲି ପୁଲୱାମା ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ କର୍ଣ୍ଣାଟକ ଠାରେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଉଥିବା ବେଳେ ପୁଲିସ ୩ ଜଣ କାଶ୍ମୀର ଛାତ୍ରଙ୍କୁ ଗିରଫ କରିଛି। ୩ ଜଣ କାଶ୍ମୀର ଛାତ୍ରଙ୍କୁ ଗିରଫ କରି ସେମାନଙ୍କ ଉପରେ ପୁଲିସ ରାଜଦ୍ରୋହ ଏବଂ ସାଂପ୍ରଦାୟିକ ସଦଭାବନା ବିଗାଡ଼ିବା ଅଭିଯୋଗରେ ମକଦ୍ଦମା ଦାୟର କରିଛି।
ପୁଲିସ ସୂଚନା ଅନୁସାରେ, ହୁବଲି ଜିଲାର କେଏଲଇ ଇନଷ୍ଟିଟ୍୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅଧ୍ୟୟନ କରୁଥିବା ତିନି ଜଣ ଛାତ୍ର ଗତକାଲି ପୁଲୱାମା ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ପାକିସ୍ତାନ ସମର୍ଥନର ସ୍ଲୋଗାନ ଦେଇଥିଲେ। ଏହାସହିତ ଏହାର ଏକ ଭିଡ଼ିଓ ସେମାନେ ସାରମାଜିକ ଗଣମାଧ୍ୟମରେ ସେୟାର ମଧ୍ୟ କରିଥିଲେ। ଏମାନେ କାଶ୍ମୀରର ଶୋପିଆର ବାସିନ୍ଦା। କଲେଜ ପ୍ରଶାସନଙ୍କ ଅଭିଯୋଗ ଆଧାରରେ ୩ ଜଣ ଛାତ୍ରଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୁଲିସ କହିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories