www.samajalive.in
Monday, December 8, 2025
27.1 C
Bhubaneswar

ଖୁବ୍‍ଶୀଘ୍ର ଗଢ଼ାହେବ ଜେଲ୍‍ ମ୍ୟୁଜିୟମ୍‍

କଟକ : ଐତିହାସିକ କଟକ ଜେଲ୍‍ର ସ୍ମାରକ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗୀୟ ସଚିବଙ୍କ ସହ ନିର୍ଣ୍ଣାୟକ ଆଲୋଚନା କରିବେ ଏବଂ ନିର୍ଦିଷ୍ଟ ନିଷ୍ପତ୍ତି ଗ୍ରହଣ ପରେ ‘ମ୍ୟୁଜିୟମ୍‍ ଅଫ୍‍ ଫ୍ରିଡମ୍‍ ଷ୍ଟ୍ରଗଲ୍‍’ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।
ରାଜ୍ୟ ପ୍ରଶାସନ ପକ୍ଷରୁ ଗତ ୩ ତାରିଖରେ କଟକ ପୁରୁଣା ଜେଲ୍‍କୁ ସଂଗ୍ରାମୀ ସ୍ମାରକ ରୂପ ଦେବା ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ େବୈଠକ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏଥିରେ ନଗର ଉନ୍ନୟନ ସଚିବ ଜି.ମାଥି ଭାତନନ୍‍, ସିଡିଏ ଉପାଧ୍ୟକ୍ଷ ତଥା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‍ସି କମିସନର ଓ ବିଏମ୍‍ସି କମିସନର ପ୍ରମୁଖ ଯୋଗ ଦେଇଥିଲେ। ନଗର ଉନ୍ନୟନ ବିଭାଗକୁ ଏହି ପ୍ରକଳ୍ପ ନିର୍ମାଣର ପ୍ରମୁଖ ଦାୟିତ୍ୱ ମୁଖ୍ୟ ଶାସନ ସଚିବ ଅର୍ପଣ କରିଥିଲେ। ନଗର ଉନ୍ନୟନ ସଚିବ ଯଥାଶୀଘ୍ର ଇନ୍‍ଟାକ୍‍ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପର ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ସରକାରଙ୍କୁ ଦେବେ ବୋଲି ନିଷ୍ପତ୍ତି ନିଆ ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ସମ୍ଭବ ହୋଇନାହିଁ। ସ୍ମାରକ ନିର୍ମାଣସ୍ଥଳ(କଟକ ପୁରୁଣା ଜେଲ୍‍ ୱାର୍ଡ ନମ୍ବର ୧୫)ରେ କେତେ ଜମି ରହିଛି ଏବଂ ସ୍ମାରକ ନିର୍ମାଣ ପାଇଁ କେତେ ଖର୍ଚ୍ଚ ହେବ ଓ ଏହାର ରୂପରେଖ କେଉଁଭଳି ହେବ ସେ ନେଇ ଖୁବ୍ଶୀଘ୍ର ଉଭୟ ବିଭାଗ ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ; ତାହା ବି ପ୍ରସ୍ତୁତ ହୋଇନାହିଁ।
ତେବେ ଏ ସଂକ୍ରାନ୍ତରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ‘କଟକ ପୁରୁଣା ଜେଲ୍‍କୁ ସ୍ୱାଧୀନତା ସଂଗ୍ରାମୀ ସ୍ମାରକ/ମ୍ୟୁଜିୟମ୍‍ ଭାବେ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଆମେ ଗ୍ରହଣ କରିବୁ; ଏ ସମ୍ବନ୍ଧରେ ମୁଖ୍ୟ ଶାସନସଚିବ ଓ ନଗର ଉନ୍ନୟନ ସଚିବଙ୍କ ମଧ୍ୟରେ ଏକ ଆଲୋଚନା ନିକଟ ଅତୀତରେ ସମ୍ପନ୍ନ ହୋଇଛି, ଏ ସମସ୍ତ ବିଷୟରେ ମୁଁ ଅବଗତ। ନଗରଉନ୍ନୟନ ସଚିବ ବର୍ତ୍ତମାନ ଉପଲବ୍‍ଧ ନାହାନ୍ତି, ଦିନେ/ଦୁଇଦିନ ମଧ୍ୟରେ ସେ ଫେରିଲେ ଏ ସଂପର୍କରେ ମୁଁ ତାଙ୍କ ସହିତ ନିର୍ଣ୍ଣାୟକ ଆଲୋଚନା କରି କିପରି ଏ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ, ସେ ବିଷୟରେ ନିଷ୍ପତ୍ତି ନିଆଯିବ’।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories