ଥିରୁଅନନ୍ତପୁରମ୍ : ସାରା ବିଶ୍ବ ପାଇଁ ଏକ ଖୁସି ଖବର। କେରଳରେ କରୋନା ଭୂତାଣୁର ଫଳପ୍ରଦ ଚିକିତ୍ସା କରାଯାଇପାରୁଛି। ରୋଗୀମାନେ ଏଥିରୁ ଭୂତାଣୁମୁକ୍ତ ହୋଇପାରୁଛନ୍ତି। ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଦ୍ୱିତୀୟ ବ୍ୟକ୍ତିଜଣଙ୍କ ରକ୍ତନମୂନାରେ ଆଉ ସଂକ୍ରମଣ ନଥିବା ପୁନେସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନଆଇଭି) ସ୍ପଷ୍ଟ କରିଛି।
ବର୍ତ୍ତମାନ କେରଳରେ ୩ହଜାର ୪୪୭ ବ୍ୟକ୍ତି ଭୂତାଣୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ମଧ୍ୟରୁ ୩ହଜର ୪୨୦ଜଣଙ୍କୁ ନିଜ ନିଜ ଘରେ ପୃଥକ୍ ଭାବରେ ରଖାଯାଇଥିବାବେଳେ ୨୭ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ପୃଥକ୍ଭାବେ ରଖାଯାଇଛି। ୩୮୦ଜଣଙ୍କ ରକ୍ତନମୂନା
ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୪୪ଜଣଙ୍କ ଠାରେ ସଂକ୍ରମଣ ନଥିବା ଜଣାପଡିଛି।
କରୋନା ଅପଡେଟ୍ : କେରଳରେ କରୋନା ଭୂତାଣୁ ସଂକ୍ରମିତ ୨ୟ ବ୍ୟକ୍ତିଜଣଙ୍କ ବିପଦମୁକ୍ତ
Popular Categories



