www.samajalive.in
Monday, December 8, 2025
20.1 C
Bhubaneswar

ଆହ୍ୱାନର ମୁକାବିଲା ପାଇଁ ସମନ୍ୱୟ ଜରୁରୀ – ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାର ନିଶାଦ୍ରବ୍ୟ ଚୋରାଚାଲାଣ ଓ ବ୍ୟବସାୟ ନିୟନ୍ତ୍ରଣ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନିଶାଦ୍ରବ୍ୟ ଚୋରା ଚାଲାଣର ମୁକାବିଲା ପାଇଁ ନୂଆଦିଲ୍ଲୀରେ ଚାଲିଥିବା ବିମ୍‍ଷ୍ଟେକ୍‍ ଦେଶମାନଙ୍କର ଏକ ସମ୍ମିଳନୀରେ ଗୁରୁବାର ଉଦବୋଧନ ଦେଇ ଶାହା କହିଛନ୍ତି ଏହି ଆହ୍ୱାନର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ମଧ୍ୟରେ ସମନ୍ୱୟ ସହିତ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି ଭାରତର ନିଶାଦ୍ରବ୍ୟ ସେବନ ପ୍ରତି ଶୂନ୍ୟ ସହିଷ୍ଣୁତା ରହିଛି ଏବଂ ଏହିଭଳି ନିଶାଦ୍ରବ୍ୟ ଗୁଡ଼ିକର ଆମଦାନୀ ଓ ରପ୍ତାନୀକୁ କେବେବି ଅନୁମତି ଦିଆଯିବ ନାହିଁ।

କେନ୍ଦ୍ର ସରକାର ନିଶାଦ୍ରବ୍ୟ ଚୋରା ଚାଲାଣର ନିୟନ୍ତ୍ରଣ ପାଇଁ ପୂର୍ଣ୍ଣମାତ୍ରାରେ ଉତ୍ସର୍ଗୀକୃତ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଏକ ନିଶାମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନିଶ୍ଚୟ ସାକାର ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ମିଳିତ ଜାତିସଂଘରେ ଉପସ୍ଥାପିତ ବିଶ୍ୱ ନିଶାଦ୍ରବ୍ୟ କାରବାର ରିପୋର୍ଟ ଅନୁଯାୟୀ ସମଗ୍ର ପୃଥିବୀରେ ୧୫ରୁ ୬୪ବର୍ଷ ବୟସର ଲୋକମାନଙ୍କ ମଧ୍ୟରୁ ଶତକଡା ୫ ଦଶମିକ ୫ଭାଗ ଲୋକ ନିଶାସେବନ କରୁଛନ୍ତି। ଏହି ହାର ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ଏ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories