www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଭୁ ଶିବଶଙ୍କରକୁ କେଉଁ କାରଣରୁ ଦୁଦୁରା ଫୁଲ ଓ ଭାଙ୍ଗ ପ୍ରିୟ ଜାଣନ୍ତୁ …..

ପ୍ରଭୁ ଭୋଳାଶଙ୍କରଙ୍କର ପୂଜାର୍ଚ୍ଚନା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ହେଉଛି ମହାଶିବରାତ୍ରୀ। ଚଳିତ ବର୍ଷ ଶୁକ୍ରବାର ,ଫେବୃଆରୀ ୨୧ ମହାଶିବରାତ୍ରୀ। ଏହି ଦିନ ପ୍ରଭୁ ଶଙ୍କରକୁ ପ୍ରସନ୍ନ କରିବା ପାଇଁ ଓ ବିଶେଷ କୃପା ପ୍ରାପ୍ତି ପାଇଁ ଭକ୍ତମାନେ ତାଙ୍କ ନିକଟରେ ଦୁଦୁରା ଫୁଲ ଓ ଭାଙ୍ଗ ଅର୍ପଣ କରିଥାଆନ୍ତି। ମାତ୍ର ଜାଣିଛନ୍ତି କି କେଉଁ କାରଣରୁ ପ୍ରଭୁ ଶିବଶଙ୍କରକୁ ଦୁଦୁରା ଫୁଲ ଓ ଭାଙ୍ଗ ପ୍ରିୟ…….
ଧାର୍ମିକ ମାନ୍ୟତା ଦୃଷ୍ଟିରୁ ଦେବୀ ଭାଗବତ ପୁରାଣରେ ବର୍ଣ୍ଣନା କରାଯାଇଛି, ସାଗର ମନ୍ଥନ ସମୟରେ ଯେଉଁ ହଳାହଳ (ବିଷ) ବାହାରିଥିଲା ତାହାକୁ ପ୍ରଭୁ ଶିବଶଙ୍କର ପାନ କରିଥିଲେ। ମାତ୍ର ପ୍ରଭୁ ବିଷର ଜ୍ୱାଳାରେ ବ୍ୟାକୁଳ ହେବାରୁ ସେହି ସମୟରେ ଋଷି ଅଶ୍ୱନୀ କୁମାର ( ଆୟୁର୍ବେଦ ଆଚାର୍ଯ୍ୟ) ପ୍ରଭୁଙ୍କୁ ଭାଙ୍ଗ, ଦୁଦୁରା, ବେଲ ପତ୍ର ଆଦି ପ୍ରସ୍ତୁତ ହୋଇଥିବା ପାନୀୟକୁ ପାନ କରିବା ପାଇଁ ଦେଇଥିଲେ। ଏହା ପରେ ତାଙ୍କ ବ୍ୟାକୁଳତା ଦୂର ହୋଇଥିଲା। ସେହିଦିନ ରୁ ହିଁ ପ୍ରଭୁ ଭୋଳାଶଙ୍କରକୁ ଭାଙ୍ଗ ଓ ଦୁଦୁରା ଫୁଲ ଖୁବ ପ୍ରିୟ। ଭକ୍ତମାନେ ପ୍ରଭୁଙ୍କୁ ମହାଶିବରାତ୍ରୀରେ ଭାଙ୍ଗ ଓ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories