www.samajalive.in
Monday, December 8, 2025
27.1 C
Bhubaneswar

କେଜ୍ରିୱାଲ ଜିତିବା ପରେ ଅଭିନେତ୍ରୀ ସ୍ବରାଙ୍କ ଟୁଇଟ୍; ‘ମେରୀ ଜାନ୍! ଫିର ସେ ପ୍ୟାର ହୋ ଗୟା ତୁମ ସେ’

ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଆପ୍ ବିଜୟକୁ ନେଇ ଅଭିନେତ୍ରୀ ସ୍ବରା ଭାସ୍କର ବହୁତ ଖୁସୀ ଅଛନ୍ତି। ଟୁଇଟ୍ କରି ସେ ନିଜର ଖୁସୀ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସ୍ବରା ଟୁଇଟରେ ଲେଖିଛନ୍ତି, ‘ଦିଲ୍ଲୀ ମେରୀ ଜାନ୍! ଫିର ସେ ପ୍ୟାର ହୋ ଗୟା ତୁମ ସେ’। ସ୍ବରାଙ୍କ ଏହି ଟୁଇଟକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରିବା ସହ ଅନେକ କମେଣ୍ଟ ଦେଇଛନ୍ତି। ଏପର୍ଯ୍ୟନ୍ତ ସ୍ବରାଙ୍କ ଏହି ଟୁଇଟକୁ ୩୦ ହଜାର ରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

- Advertisement -


ସୂଚନାଯୋଗ୍ୟ, ସ୍ବରା ଲୋକସଭା ନିର୍ବାଚନରେ ଆପ୍ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ। ନିର୍ବାଚନ ଦିନ ନିଜର ମତଦାନ ସାବ୍ୟସ୍ତ କରିବା ପରେ ଟୁଇଟ କରି କହିଥିଲେ ଯେ, ‘ମୁଁ ନିଜ କର୍ତ୍ତବ୍ୟ କରିଛି, ଆପଣମାନେ କରିଛନ୍ତି ତ?’

ସ୍ବରା ଭାସ୍କର ସର୍ବଦା ନିଜର ବୋଲ୍ଡ ଅଭିନୟ ଏବଂ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କୌଣସି ପ୍ରଭାବକୁ ଖାତିର ନ କରି ସେ ନିଜର ସ୍ପଷ୍ଟ ବୟାନ ଦିଅନ୍ତି। ଏଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡେ।

‘ବୀରେ ଦି ୱେଡିଙ୍ଗ’ରେ ସେ ଶେଷ ଥର ପାଇଁ ଦର୍ଶକଙ୍କ ନଜରକୁ ଆସିଥିଲେ। ଏଥିରେ ସ୍ବରା, କରୀନା କପୁର, ସୋନମ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ସ୍ବାରା ‘ଶୀର କୁର୍ମା’ରେ ନଜର ଆସିବେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories