www.samajalive.in
Monday, December 8, 2025
20.1 C
Bhubaneswar

ମନୀଷ ସିଶୋଦିଆ, ରାଘବ ଚଢ଼ା ବିଜୟୀ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି(ଆପ୍‌) ନେତା ମନୀଷ ସିଶୋଦିଆ ବିଜୟ ଲାଭ କରିଛନ୍ତି। ଏକଦା ବିଜେପି ପ୍ରାର୍ଥୀଙ୍କଠାରୁ ପଛରେ ରହିଥିବା ମନୀଷ ଶେଷରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀଙ୍କଠାରୁ ୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ସୂଚନା ମିଳିଛି। ମନୀଷ ପତପରଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ଭୋଟ ଗଣତି ଶେଷ ସୁଦ୍ଧା ମନୀଷଙ୍କୁ ୫୯୫୮୯ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀ ୫୭୫୧୬ ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ଅନ୍ୟତମ ଆପ୍‌ ନେତା ରାଘବ ଚଢ଼ା ମଧ୍ୟ ରାଜିନ୍ଦରନଗର ଆସନରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସର୍ଦ୍ଦାର ଆର.ପି. ସିଂହଙ୍କଠାରୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରାଘବଙ୍କୁ ମୋଟ ୫୬୩୯୬ ଖଣ୍ଡ ଭୋଟ ମିଳିଥିବାବେଳେ ଆର.ପି. ସିଂହ ୩୬୯୫୨ ଭୋଟ ପାଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories