www.samajalive.in
Monday, December 8, 2025
17.1 C
Bhubaneswar

ଉହାନରେ ୧୪ ହଜାର ଚିତା ଜଳିଥିବା ସନ୍ଦେହ, ସାଟେଲାଇଟ ଇମେଜରୁ ମିଳିଛି ସୂଚନା  

ନୂଆଦିଲ୍ଲୀ: କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ହଜାରେ ଟପି ଯାଇଥିବା ବେଳେ ସମଗ୍ର ବିଶ୍ବ​‌ରେ ଏପର୍ଯ୍ୟନ୍ତ ୪୩,୦୯୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥି ମଧ୍ୟରୁ କେବଳ ଚୀନରେ ୧୦୧୬ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୨,୧୭୧ ଜଣ ସଂକ୍ରାମିତ ହୋଇଛନ୍ତି ବୋଲି ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ସାଟେଲାଇଟ ଇମେଜ କିଛି ଅଲଗା ସୂଚାଉଛି। ଚୀନରେ ବହୁତ ମାତ୍ରାରେ ସଲ୍ଫର ଡାଇଅକ୍ସାଇଡ୍ ଗ୍ୟାସ (Sulfur dioxide Gas) ନିର୍ଗତ ହେଉଛି ବୋଲି ସାଟେଲାଇଟ ଇମେଜରେ ଦେଖିବାକୁ ମିଳିଛି। ଯାହା ଚୀନ ସରକାରଙ୍କ ମୁଖା ଖୋଲିଛି। କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ଲୁଚେଇବା ପାଇଁ ଚୀନ ସରକାର ବହୁ ସଂଖ୍ୟାରେ ମୃତଦେହକୁ ଜାଳି ଦେଉଥିବା ଏଥିରୁ ଜଣାପଡୁଛି। କିନ୍ତୁ ଚୀନରେ ମୃତଦେହ ଜଳାଇବାର ପରମ୍ପରା ନାହିଁ।

ଉହାନରେ ସଲ୍ଫର ଡାଇଅକ୍ସାଇଡ୍ ଗ୍ୟାସ ୧୭୦୦ ୟୁଜି/କ୍ୟୁବିକ୍ ମିଟର ରହିଛି। ଯାହା ବିପଦସଙ୍କୁଳ ସ୍ତରରୁ ୨୧ ଗୁଣ ଅଧିକ। ୮୦ ୟୁଜି/କ୍ୟୁବିକ୍ ମିଟର ବିପଦସଙ୍କୁଳ ସ୍ତର ବୋଲି ଧରାଯାଇଛି। ଏଭଳି କିଛି ଦୃଶ୍ୟ ଚୋଙ୍ଗକଙ୍ଗ ସହରରେ ମଧ୍ୟ ଦେଖିବାକୁ ମିଳିଛି। ଏହି ସହର ଉହାନଠାରୁ ୯୦୦ କିମି ଦୂରତାରେ ରହିଛି।

- Advertisement -
aaj tak

ପରିବେଶବିଦ୍‌ଙ୍କ ମତରେ ଏତେ ମାତ୍ରାରେ ସଲ୍ଫର ଡାଇଅକ୍ସାଇଡ୍ ଗ୍ୟାସ ନିର୍ଗତ ହେବାର ଅର୍ଥ ୧୪ ହଜାର ମୃତଦେହ ଜଳାଯାଇଛି। ମୃତଦେହ ଜଳିଲେ ସଲ୍ଫର ଗ୍ୟାସ୍ ବ୍ୟତୀତ ପାରା-ଡାଇଅକ୍ସିନ୍ ଏବଂ ହାଇଡ୍ରୋକ୍ଲୋରିକ ଏସିଡ୍ (Para-dioxin and hydrochloric acid) ଭଳି କେମିକାଲ ଗ୍ୟାସ୍ ନିର୍ଗତ ହୋଇଥାଏ ବୋଲି ଆମେରିକାର ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଲଣ୍ଡନ ସ୍କୁଲ ଅଫ୍ ହାଇଜେନିକ୍ ଏବଂ ଟ୍ରପିକାଲ ମେଡିସିନ (London School of Hygiene & Tropical Medicine) ଉହାନର କରୋନା ଭାଇରସ ଉପରେ ଗବେଷଣା ଜାରି ରଖିଛି। ଏହି ରିପୋର୍ଟ ଅନୁଯାୟୀ ଫେବୃଆରୀ ଶେଷ ବେଳକୁ ଉହାନ ସହରର ପ୍ରାୟ ୫ ପ୍ରତିଶତ ଅର୍ଥାତ୍ ୫ ଲକ୍ଷ ରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରାମିତ ହୋଇ ସାରିଥିବେ।

ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଏତେ ମାତ୍ରାରେ ସଲ୍ଫର ଡାଇଅକ୍ସାଇଡ୍ ଗ୍ୟାସ ନିର୍ଗତ ହେବାର ଦୁଇଟି କାରଣ ହୋଇପାରେ। ବହୁ ସଂଖ୍ୟାରେ ମୃତଦେହ ଜଳାଇବା ଦ୍ବାରା ବା ମେଡିକାଲର ଆବର୍ଜନା ଜଳାଇବା ଦ୍ବାରା ଏତେ ମାତ୍ରାରେ ସଲ୍ଫର ଡାଇଅକ୍ସାଇଡ୍ ଗ୍ୟାସ ନିର୍ଗତ ହୋଇଥାଏ। ଚୀନର ସୋସିଆଲ ମିଡିଆର ସୂଚନା ଅନୁଯାୟୀ ଉହାନ ସହରର ବାହାରେ ଅନେକ ମୃତଦେହ ଜଳାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories