www.samajalive.in
Monday, December 8, 2025
17.1 C
Bhubaneswar

ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ‘ପ୍ରମିଜ୍‍ ଡେ’: ସାଥିଙ୍କୁ କରନ୍ତୁ ଏହି ୫ଟି ପ୍ରମିଜ୍‍

ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। କାରଣ ଏହି ମାସରେ ହିଁ ପଡ଼ିଥାଏ ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରତ୍ୟେକ ଯୁବପିଢି ଏହି ଦିନ ଗୁଡ଼ିକୁ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି। ଏହି ସପ୍ତାହ ଫେବୃଆରୀ ୭ ରୋଜ୍‍ ଡ଼େରୁ ଆରମ୍ଭ ହୋଇସାରିଛି। ଆଜି ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ପ୍ରମିଜ୍‍ ଡ଼େ ( ପ୍ରତିଶୃତି ଦିବସ) ପାଳନ କରାଯାଉଛି। ଏହି ବିଶେଷ ଦିନରେ ସଭିଏଁ ବିଶେଷ କରି ପ୍ରେମୀ ଯୁଗଳ ନିଜ ସମ୍ପର୍କକୁ ମଜଭୂତ କରିବା ପାଇଁ ଓ ସେ ତାଙ୍କ ଜୀବନର ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ଅନୁଭବ କରାଇବା କିଛି ପ୍ରତିଶୃତି ବା କଥା ଦେଇଥାଆନ୍ତି। ଜାଣନ୍ତୁ ସେଭଳି ୫ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରତିଶୃତି ବିଷୟରେ ……
୧- ଆପଣଙ୍କ ସମ୍ପର୍କକୁ ଯେତେ ବର୍ଷ ମଧ୍ୟ ହେଉ ଆପଣ ନିଶ୍ଚୟ ନିଜ ଜୀବନସାଥି ,ପ୍ରେମୀ କିମ୍ବା ପ୍ରେମୀକାଙ୍କ ସହ ଅଧିକ ସମୟ ଅତିବାହିତ କରନ୍ତୁ। ସେ ଆପଣଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅନୁଭବ କରାନ୍ତୁ।
୨ – ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ସତ୍ୟତା ଉପରେ ହିଁ ନିର୍ଭର କରି ଥାଏ। ତେଣୁ କଦାପି ନିଜ ସାଥିଙ୍କୁ ମିଛ କୁହନ୍ତୁ ନାହିଁ। ମିଛ କହିବା ଦ୍ୱାରା ସମ୍ପର୍କ ଭାଙ୍ଗିବାର ଅଧିକ ସମ୍ଭାବନା ଥାଏ।
୩ – ପରସ୍ପର ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା। ମାତ୍ର ସେହି ଝଗଡ଼ାକୁ ଅଧିକ ସମୟ ଯାଏଁ ରହିବାକୁ ଦିଅନ୍ତୁ ନାହିଁ। କିମ୍ବା ପ୍ରତି ଛୋଟ ଛୋଟ କଥାରେ ଝଗଡ଼ା କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ।
୪- ପରସ୍ପର ପ୍ରତି ସର୍ବଦା ସଚ୍ଚୋଟ ରୁହନ୍ତୁ। ନିଜ ସାଥିଙ୍କ ପ୍ରତି ଅବହେଳା କରନ୍ତୁ ନାହିଁ। ମିଥ୍ୟା କୁହନ୍ତୁ ନାହିଁ।
୫ – ଖାଲି ଭାଲେଣ୍ଟାଇନ୍ସ ସପ୍ତାହ ନୁହେଁ ବରଂ ବର୍ଷର ସମସ୍ତ ଦିନ ନିଜ ସାଥିଙ୍କ ସହ ହସଖୁସିରେ ଅତିବାହିତ କରିବାକୁ ବଚନ ଦିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories