www.samajalive.in
Monday, December 8, 2025
17.1 C
Bhubaneswar

ହାତୀ ଉପଦ୍ରବ : ଅଳ୍ପକେ ବର୍ତ୍ତିଲେ ୩ ପରିବାର 

ସମ୍ବଲପୁର : ମନୁଷ୍ୟର ସ୍ୱାର୍ଥପଣ ଗୁଣ ଯୋଗୁଁ ଦିନ କୁ ଦିନର ବଣ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏଣୁ ବନ୍ୟଜନ୍ତୁ ମାନେ ଜଙ୍ଗଲ ମଧ୍ୟରେ ଖାଦ୍ୟାଭାବ ସହିତ ଜଳାଭାବର ସମ୍ମୁଖୀନ ହେଉଛନ୍ତି। ଏଣୁ ବନ୍ୟଜନ୍ତୁ ମାନେ ବାଧ୍ୟ ହୋଇ ଜନବସତି ମୁହାଁ ହେଉଛନ୍ତି। ଯାହା ଫଳରେ ମନୁଷ୍ୟ ଓ ବନ୍ୟଜନ୍ତୁ ମାନଙ୍କ ମଧ୍ୟରେ ପ୍ରାୟତଃ ଲଢ଼େଇ ଘଟଣାମାନ ସମ୍ମୁଖକୁ ଆସୁଛି। ଏହି କ୍ରମରେ ଏବେ ସମ୍ବଲପୁର ଜିଲାରେ ମଧ୍ୟ ସବୁଜିମା ନଷ୍ଟ ହେବା ସହିତ ବହୁ ମାତ୍ରାରେ ଜଙ୍ଗଲ କମିଗଲାଣି। ଯାହା ପାଇଁ ହାତୀ ପଲ ଗୁଡିକ ଭୋକ ଉପାସରେ ହିଂସ୍ର ହୋଇ ଜନବସତି ମୁହାଁ ହେଉଛନ୍ତି। ଏଥି ପାଇଁ ଜଙ୍ଗଲ ଗୁଡିକର ନିକଟବର୍ତ୍ତି ଗ୍ରାମ ଗୁଡିକରେ ପ୍ରାୟତଃ ହାତୀ ପଲ ଗୁଡିକ ରାତ୍ର ସମୟରେ ପଶି ଧାନ, ଚାଉଳ, ପନିପରିବା ଆଦି ଖାଇ ଯାଉଥିବା ବେଳେ ଲୋକ ମାନଙ୍କର ଘରଦ୍ୱାର ଗୁଡିକୁ ଭାଙ୍ଗି ରୁଜି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି।

ଏଭଳି ଏକ ଘଟଣାରେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କୁକୁଡାପାଲୀ ଗ୍ରାମ ପଞ୍ଚାୟତର କୁକୁଡାପାଲୀ, ଯୁଗିପାଲୀ, କୁଶନପୁରୀ, ଡୁମାଲପଦର ସମେତ ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ କରିଥିବାର ଖବର ମିଳିଛି। ରବିବାର ଅର୍ଦ୍ଧ ରାତ୍ରିରେ ଦୁଇଟି ଦନ୍ତା ହାତୀ ସମେତ ୩ଟି ହାତି ଅଚାନକ ଗ୍ରାମ ଉପରେ ଆକ୍ରମଣ କରି ଚାଷୀ ମାନଙ୍କର ଘରଦ୍ୱାର ଆଦି ଭାଙ୍ଗିରୁଜୁ ଧାନ ଗୁଡିକ ଖାଇ ଯାଇଛନ୍ତି। ଏହା ସହିତ ଚାଷୀ ମାନେ କରିଥିବା ଧାନ ଓ ପନିପରିବା କ୍ଷେତ ଗୁଡିକରେ ମଧ୍ୟ ହାତୀପଲ ପଶିଯାଇ ବ୍ୟାପକ କ୍ଷତି ଘଟାଇଛନ୍ତି। ଅନ୍ୟ ପଟରେ ହାତୀ ଆକ୍ରମଣ ସମୟରେ ତିିନିଟି ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ସେମାନଙ୍କ ଘର ଗୁଡିକୁ ହାତୀ ମାନେ ଭାଙ୍ଗି ରଖାଯାଇଥିବା ଧାନ ଓ ଅନ୍ୟାନ ଶସ୍ୟ ଖାଇ ଯାଇଛନ୍ତି। ହାତୀ ଆକ୍ରମଣରେ ପଞ୍ଚାୟତ ଅଧିନସ୍ଥ ନିବାସୀ ବିପିନ ନାୟକ, ଉଦ୍ଧବ ପ୍ରଧାନ, ଆଦିତ୍ୟ ପ୍ରସାଦ ନାୟକ, ମାନସ ଧର, ବାଳକୃଷ୍ଣ ନାଥ ଙ୍କ ସମେତ ୧୦ ରୁ ଉର୍ଦ୍ଧ ଚାଷୀ ମାନଙ୍କର ଫସଲ ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

- Advertisement -

ଏ ସର୍ମ୍ପକରେ ରାତ୍ରିରେ ଜଙ୍ଗଲ ବିଭାଗକୁ ଗ୍ରାମବାସୀ ମାନେ ଖବର ଦେବା ସତ୍ୱେ କୌଣସି ସହାୟତା ବିଭାଗ ତରଫରୁ ମିଳି ନ ଥିଲା। ଏଣୁ ବହୁ କଷ୍ଟରେ ଗ୍ରାମବାସୀ ହାତୀପଲଙ୍କୁ ଘଉଡାଇ ଥିଲେ। ତେବେ ସୋମବାର ଦିନ ମଧ୍ୟ ଗ୍ରାମ ପଞ୍ଚାୟତର ସନ୍ନିକଟରେ ଥିବା ଜଙ୍ଗଲରେ ରହିଥିବାର ଗ୍ରାମବାସୀ ମାନେ ଦେଖିଛନ୍ତି। ଏଣୁ ପୁଣି ଥରେ ହାତୀପଲ ରାତ୍ରିରେ ପଞ୍ଚାୟତ ଅଧିନସ୍ଥ କୌଣସି ନା କୌଣସି ଗ୍ରାମକୁ ପୁଣି ଆକ୍ରମଣ କରି ପାରେ ବୋଲି ପଞ୍ଚାୟତବାସୀ ଭୟରେ ରହିଛନ୍ତି। ତେବେ ଏହି ଘଟଣା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଭଳି ଘଟଣାମାନ ପ୍ରାୟ ଘଟୁଥିବାରୁ ଏହି ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଅଞ୍ଚଳବାସୀ ଦାବୀ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories