www.samajalive.in
Monday, December 8, 2025
27.1 C
Bhubaneswar

ଦେଶର ପ୍ରଥମ କୁକୁର ହାର୍ଟ ସର୍ଜରୀ; ପୁନର୍ଜୀବନ ପାଇଲା ଖୁସୀ

ଦେଶରେ ପ୍ରଥମ ଥର ଛୋଟ ପଶୁର ସଫଳ ହାର୍ଟ ସର୍ଜରୀ ହୋଇଛି। ଏହି ସଫଳ ସର୍ଜରୀ ପଶୁ ଚିକିତ୍ସା କ୍ଷେତ୍ରରେ ବିରଳ ବୋଲି ଡାକ୍ତର କହିଛନ୍ତି । ଗ୍ରେଟର କୈଳାଶସ୍ଥିତ ମାକ୍ସ ଭେଟ୍ସ ସୁପର ସ୍ପେସିଆଲଟି ହସ୍ପିଟାଲରେ ଏହି ସର୍ଜରୀ ହୋଇଛି।

ସାଢେ ୭ ବର୍ଷର ମାଈ କୁକୁର ଖୁସୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସା ସମୟରେ ଜଣାପଡିଥିଲା ଯେ ପ୍ରତି ମିନିଟରେ ୨୦ଥର ଖୁସୀର ହୃଦସ୍ପନ୍ଦନ ହେଉଥିଲା। କିନ୍ତୁ ସାଧାରଣତଃ ପଶୁଙ୍କ ହୃଦସ୍ପନ୍ଦନ ମିନିଟରେ ୬୦ରୁ ୧୨୦ ଥର ହୁଏ।

- Advertisement -

ଛୋଟ ପଶୁଙ୍କ ହୃହରୋଗ ବିଶେଷଜ୍ଞ କହିଛନ୍ତି ଯେ, ଖୁସୀ ପୂର୍ବରୁ ବହୁତ ସୁସ୍ଥ ଥିଲା। ଗତ ବର୍ଷ ଫେବୃଆରୀରେ ତା’ର ଗୋଟିଏ ପଟ କାନ ଅପରେଶନ ହୋଇଥିଲା। ଯେଉଁ କାରଣରୁ ସେ ବହୁତ ଭୟବୀତ ହୋଇ ଯାଇଥିଲା। ପରେ ତା’ ହୃଦୟରେ ବ୍ଳକେଜ୍ ସୃଷ୍ଟି ହୋଇଥିଲା। ହୃଦୟକୁ ରକ୍ତ ଚଳାଚଳ ଠିକ୍ ଭାବରେ ହେଉନଥିଲା। ଡିସେମ୍ବର ୧୫ ତାରିଖରେ ଖୁସୀର ହାର୍ଟ ପେସ ମେକର ସର୍ଜରୀ ହୋଇଥିଲା। ପ୍ରାୟ ଦେଢ ଘଣ୍ଟାର ଏହି ସର୍ଜରୀ ଥିଲା। ଏହି ସର୍ଜରୀ ଖୁସୀକୁ ଏକ ନୂଆ ଜୀବନ ଦେଇଛି। ଏହା ପୂର୍ବରୁ ଭାରତରେ କୌଣସି କୁକୁରର ଏହି ସର୍ଜରୀ ହୋଇନଥିଲା ବୋଲି ଡାକ୍ତର କହିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories