www.samajalive.in
Monday, December 8, 2025
27.1 C
Bhubaneswar

ଜାପାନରୁ ଆସିଲା ୨ ଓଡ଼ିଆଙ୍କ ମୃତଦେହ; ସହଯୋଗ କଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର: ଜାପାନର ଟୋକିଓ ସହରରେ ଗତ ୨୯ ତାରିଖରେ ମୃତ୍ୟୁ ଘଟିଥିବା ୨ ଓଡ଼ିଆ ଯୁବକଙ୍କ ମୃତଦେହ ଆଣିବାରେ ‘ଓଡ଼ିଶା-ମୋ ପରିବାର’ ସହଯୋଗ କରିଛି। ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ଓ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ୨ ଯୁବକଙ୍କ ମୃତଦେହ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି। ଆଜି(ରବିବାର) ସକାଳୁ ବିମାନ ଯୋଗେ ଉଭୟଙ୍କ ପାର୍ଥିବ ଶରୀର କଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆବାହକ ଅରୂପ ପଟ୍ଟନାୟକ ଏବଂ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ସେଠାରେ ଉପସ୍ଥିତ ରହି ମୃତଦେହକୁ ଗ୍ରହଣ କରିଥିଲେ। ପରେ ସେଠାରେ ଉପସ୍ଥିତ ଉଭୟଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ସେଠାରୁ ଦୁଇଟି ପୃଥକ୍‍ ଗାଡ଼ିରେ ଉଭୟଙ୍କ ଗାଁକୁ ମୃତଦେହ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଆବାହକ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ‘ଓଡ଼ିଶା-ମୋ ପରିବାର’ର ଏଭଳି ସହଯୋଗ ଓ ବଦାନ୍ୟତା ପାଇଁ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଜାପାନର ଟୋକିଓ ସହରର ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ୨ ଓଡ଼ିଆ ଯୁବକଙ୍କର ଗତ ୨୯ ତାରିଖରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମୃତ ୨ ଯୁବକ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍‍ ମଣ୍ଟାଜ୍‍ ଓ ଯାଜପୁର ବଡ଼ଚଣାର ଶେଖ୍‍ ବାହାରୁଦ୍ଦିନ୍‍। ରୋଷେଇ କରୁଥିବା ବେଳେ ଗ୍ୟାସ୍‍ ନିର୍ଗତ କାରଣରୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା। ପୁଅର ଆକସ୍ମିକ ମୁତ୍ୟୁ ଖବର ପାଇବା ପରେ ପରିବାର ଦୁଃଖରେ ଭାଙ୍ଗି ପଡ଼ିବା ସହ ମୃତଦେହକୁ ଓଡ଼ିଶା ଆଣିବା ପାଇଁ ସରକାରଙ୍କୁ ଗୁହାରୀ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories