www.samajalive.in
Tuesday, December 9, 2025
16.1 C
Bhubaneswar

ତ୍ରିରାଷ୍ଟ୍ରୀୟ ମହିଳା ଟି-୨୦ : ଭାରତକୁ ୪ ୱିକେଟରେ ପରାସ୍ତ କଲା ଇଂଲଣ୍ଡ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ଶୁକ୍ରବାର ଅନୁଷ୍ଠିତ  ତ୍ରିରାଷ୍ଟ୍ରୀୟ ମହିଳା ଟି-୨୦ କ୍ରିକେଟ୍‍ ଶୃଙ୍ଖଳାର ଚତୁର୍ଥ ମ୍ୟାଚରେ ଇଂଲଣ୍ଡ ଭାରତକୁ ୪ ୱିକେଟରେ ପରାସ୍ତ  କରିଛି।  ଭାରତର  ପକ୍ଷରୁ ଧାର୍ଯ୍ୟ ୧୨୪ ରନ୍‍କୁ ପିଛା କରି ଇଂଲଣ୍ଡ ଦଳ ୬ ୱିକେଟ୍‍ ବିନିମୟରେ ଆଉ ୭ଟି ବଲ୍‍ ବାକି ଥାଇ ୧୨୪ ରନ୍‍ କରିବାକୁ ସମର୍ଥ ହୋଇଥିଲା । ଭାରତ ପାଇଁ ରାଜେଶ୍ୱରୀ ଗାଇକୱାଡ଼ ୩ ୱିକେଟ୍‍ ନେଇଥିବା ବେଳେ ରାଧା ଯାଦବ ଗୋଟିଏ ୱିକେଟ୍‍ ନେଇଥିଲେ।

ଭାରତ ପକ୍ଷରୁ ଓପନର ସ୍ମୃତି ମାନ୍ଧାନା ସର୍ବାଧିକ ୪୫ ବଲରୁ ୪୦ ରନ୍‍ ସଂଗ୍ରହ କରିଥିଲେ। ସେ ୭ ଟି ଚୌକା ଓ ଗୋଟିଏ ଛକା ସହ ଏହି ସ୍କୋର କରିଥିଲେ । ବର୍ତ୍ତମାନ ଇଂଲଣ୍ଡ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ୨ ପଏଣ୍ଟ ସହ ୨ୟ ଏବଂ ଭାରତ ସେହି ୨ ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories