www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ବ କର୍କଟ ଦିବସ: ଜାଣନ୍ତୁ ସ୍ତନ କର୍କଟର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ

ସମାଜ ପୋର୍ଟାଲ ଡେସ୍କ (ସତ୍ୟଜିତ୍ ସାହୁ): ପ୍ରତି ବର୍ଷ ୪ ଫେବୃଆରୀକୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଉଛି। କର୍କଟ ଏପରି ଏକ ରୋଗ ଯାହା ମହିଳାମାନଙ୍କୁ ଶିଘ୍ର କବଳିତ କରିଥାଏ। ବର୍ତ୍ତମାନ ସମୟରେ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲଗିଛି। ସ୍ତନ କର୍କଟକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ଏହା ଧିରେ ଧିରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଯଦି ସ୍ତନ କର୍କଟ ଲକ୍ଷଣ ବାବଦରେ ସଭିଏଁ ଅବଗତ ହୋଇପାରିବେ ତେବେ ଏହି ରୋଗକୁ ପ୍ରାରମ୍ଭିକ ସ୍ତରରୁ ଚିକିତ୍ସା କରାଯାଇ ପାରିବ। ଆସନ୍ତୁ ଜାଣିବା ସ୍ତନ କର୍କଟ ଲକ୍ଷଣ ବିଷୟରେ..

ଲକ୍ଷଣ

ସ୍ତନ କର୍କଟର ପ୍ରମୁଖ ଲକ୍ଷଣ ହେଉଛି ସ୍ତନରେ ଗଣ୍ଠି ସୃଷ୍ଟି ହେବା ଭଳି କଠିନ ବା ଟାଣ ଲାଗିବ। ଯଦି ସ୍ତନରେ ଏଭଳି ଲକ୍ଷଣ ଦେଖାଯାଉଛି, ତେବେ ତାହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏହା ଛଡା ଯଦି ସ୍ତନର ଅଗ୍ରଭାଗ ନିମ୍ନଗାମୀ କିମ୍ବା ସ୍ତନରୁ ଅଗ୍ରଭାଗରୁ ଅସମୟରେ ତରଳ ପଦାର୍ଥ ନିର୍ଗତ ହେଉଛି ତେବେ ଏହା ମଧ୍ୟ ସ୍ତନ କର୍କଟର ପ୍ରମୁଖ କାରଣ ହୋଇପାରେ। ସ୍ତନ କର୍କଟର ଲକ୍ଷଣ ଯଦି ଏହାର ଆରମ୍ଭ ସମୟରେ ଜଣାପଡିଯାଏ ଏବଂ ଚିକିତ୍ସା କରାଯାଏ ତେବେ ଏହି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ।

ଡାକ୍ତରୀ ଚିକିତ୍ସା

ସ୍ତନ କର୍କଟ ହୋଇଛି କି ନାହିଁ ଜାଣିବା ପାଇଁ ମେମୋଗ୍ରାଫି (ସ୍ତନ ଚିତ୍ରଣ) କରିନେବା ଆବଶ୍ୟକ। ମେମୋଗ୍ରାଫି କରିବା ଦ୍ବାରା ସ୍ତନ କର୍କଟ ହୋଇଛି କି ନାହିଁ ଜଣାପଡିଥାଏ। ଏଥିପାଇଁ ୪୦ରୁ ଅଧିକ ବୟସର ମହିଳା କିଛି ମାସ ଅନ୍ତରରେ ଥରେ ଥରେ ମେମୋଗ୍ରାଫି କରାଇନେବା ଆବଶ୍ୟକ। ଏହା ବ୍ୟତିତ ଯଦି ଆପଣଙ୍କ ପରିବାରରେ କାହାକୁ ସ୍ତନ କର୍କଟ ହୋଇସାରିଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତିବର୍ଷ ମେମୋଗ୍ରାଫି କରାଇନେବା ଆବଶ୍ୟକ। ଏପରି କରିବା ଦ୍ବାରା ଆପଣ ସହଜରେ ଜାଣି ପାରିବେ ଆପଣ ସ୍ତନ କର୍କଟରେ ଆକ୍ରାନ୍ତି ହୋଇଛନ୍ତି କି ନାହିଁ। ଏହା ଛଡା ଯଦି ଆପଣଙ୍କ ସ୍ତନରେ ଦରଜ ହେଉଛି କିମ୍ବା ସ୍ତନର ଆକାରରେ ଅସ୍ୱାଭାବିକ ପରିବର୍ତ୍ତନ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରାଇନେବା ଆବଶ୍ୟକ।

ପ୍ରାକୃତିକ ଚିକିତ୍ସା

ସ୍ତନ କର୍କଟରୁ ନିଜକୁ ଦୂରେଇ ରଖିବା ପାଇଁ ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା, ଫଳ ଓ ସର୍ବତ ସେବନ କରନ୍ତୁ। ଏଥି ସହିତ ଅଧିକ ମାତ୍ରରେ ଡାଳିମ୍ବ ଖାଆନ୍ତୁ କାରଣ ଡାଳିମ୍ବରେ କେତେକ ପ୍ରାକୃତିକ ତତ୍ବ ରହିଛି ଯାହା ସ୍ତନ କର୍କଟକୁ ରୋକିବା ପାଇଁ ବେଶ ସହାୟକ ହୋଇଥାଏ। ଏହା ଛଡା ଆପଣ ପ୍ରୋଟିନ ଏବଂ ଭିଟାମିନ୍ ଯୁକ୍ତ ଖାଦ୍ୟ ଭରପୁର ପରିମାଣରେ ଖାଆନ୍ତୁ। ଏସବୁ ଖାଦ୍ୟ ଖାଇବା ଦ୍ବାରା ସ୍ତନ କର୍କଟର ଭୟକୁ କମ୍ କରାଯାଇପାରିବ। ଭିଟାମିନ ଇ, ଭିଟାମିନ ବି୬ ,କ୍ୟାଲସିୟମ ଏବଂ ଖଣିଜ ପଦାର୍ଥରେ ଭରପୁର ଖାଦ୍ୟ ଖାଇବା ଦ୍ବାରା ଏଥିରେ ଥିବା ପୋଷକ ତତ୍ବ କର୍କଟର କୋଷିକାଗୁଡିକୁ ବଢିବାକୁ ଦେଇନଥାଏ। ଏଥି ସହିତ ଯଦି ଆପଣ ନିୟମିତ ଭାବେ ଅଖରୋଟ୍ ସେବନ କରନ୍ତି ତେବେ କର୍କଟ ହେବାର ସମ୍ଭାବନା କମ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories