www.samajalive.in
Monday, December 8, 2025
27.1 C
Bhubaneswar

ସମସ୍ୟା ଘେରରେ ଖଣି ଆଶ୍ରମ ବିଦ୍ୟାଳୟ, ଶୌଚ ପାଇଁ ନଦୀକି ଯାଉଛନ୍ତି ଛାତ୍ର

ମୋହନା : କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଛାତ୍ରଛାତ୍ରିମାନଙ୍କର ଶିକ୍ଷାର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ କରୁଛନ୍ତି। କିନ୍ତୁ ତାହାର ସୁଫଳ ପାଉନାହାନ୍ତି ନିରୀହ ଛାତ୍ରଛାତ୍ରୀ। ଏଭଳି ମୋହନା ବ୍ଳକରେ ରହିଛି ବିଭିନ୍ନ ବର୍ଗର ଆଶ୍ରମ ସ୍କୁଲ। କେଉଁଠି ରୋଷେଇ ଘରର ଅଭାବ ତ ଆଉ କେଉଁଠି ଶୌଚାଳୟ, ପାଣି, ଶ୍ରେଣୀ କକ୍ଷ, ଶିକ୍ଷକ ଓ ପାଚେରୀର ଅଭାବ। ପ୍ରଶାସନ ବହୁବାର ଆସି ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରିଯାଉଥିଲେ ମଧ୍ୟ ଆସ୍ୱାଶନା ଛଡା ସୁଫଳ ମିଳିପାରୁନାହିଁ। ଏଭଳି ଏକ ସମସ୍ୟା ଘେରରେ ରହିଥିବା ଆଶ୍ରମ ବିଦ୍ୟାଳୟ ହେଉଛି ଖଣି। ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ଦେବାପାଇଁ ୧.୮.୧୯୫୮ରେ ପ୍ରଥମେ ସେବାଶ୍ରମ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ପରେ ୨୫.୦୬.୨୦୧୨ରେ ଆଶ୍ରମ ବିଦ୍ୟାଳୟରେ ପରିଣତ ହୋଇଥିଲା। ଏହି ବିଦ୍ୟାଳୟରେ ପିଲାସଂଖ୍ୟା ୩୫୬ ଥିବା ସ୍ଥଳେ ହଷ୍ଟେଲରେ ଅନ୍ତେବାସୀ ଛାତ୍ରୀ ୧୫୦ ଓ ଛାତ୍ର ୧୨୦ ଅଛନ୍ତି। ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ/ଶିକ୍ଷୟତ୍ରୀ ୬ଜଣ କର୍ତବ୍ୟ ରତ ଅଛନ୍ତି। ଏଠାରେ ମାତ୍ର ୪ଟି ଶ୍ରେଣୀ କକ୍ଷ ରହିଛି। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପାଠପଢାଇବା ଓ ବସିବାରେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ୪ଟି ନଳକୂପ ଥିବା ବେଳେ ସେଥି ମଧ୍ୟରୁ ୩ଟି ଅଚଳ ହୋଇ ପଡିରହିଛି। ପାନୀୟ ଜଳର ଅଭାବ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଦୁଇଟି ବୋର ୱେଲ ଖୋଳା ଯାଇଥିଲେ ମଧ୍ୟ ଗୋଟିଏ ଅଚଳ ହୋଇ ପଡିଥିବା ବେଳେ ଅନ୍ୟଟି ଛାତ୍ରଛାତ୍ରୀ ଚାହିଦା ମୁତାବକ ଜଳ ଯୋଗାଣ ହୋଇ ପାରୁନାହିଁ। ଯାହା ଫଳରେ ଛାତ୍ରମାନେ ବାଧ୍ୟ ହୋଇ ୧ କି.ମି ଦୂରରେ ରହିଥିବା ନଦୀକୁ ସ୍ନାନ ଶୌଚ ହେବା ପାଇଁ ଯାଉଛନ୍ତି। ପିଇବା ପାଇଁ ପାଣି ଆବଶ୍ୟକ ହେଲେ ଛାତ୍ରୀନିବାସକୁ ଯାଇ ପାଣି ଆଣିବାକୁ ପଡୁଛି।

ଅନ୍ୟପଟେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଭୋଜନାଳୟ କକ୍ଷ ନଥିବାରୁ ଗଛ ମୂଳରେ ଛାତ୍ରଛାତ୍ରୀମାନେ ଖାଉଥିବା ଦେଖାଦେଇଛି। ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଯୋଗୁ ପିଲାମାନଙ୍କ ପାଠ ପଢାରେ ସମସ୍ୟା ହେଉଥିବା ଜଣାପଡିଛି। ଏ ବିଷୟରେ ମୋହନା ଡବ୍ଲ୍ୟୁଇଓ ରଞ୍ଜନ ଜେନାଙ୍କୁ ବିଦ୍ୟାଳୟ ଶିକ୍ଷା କମିଟି, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଜଣାଇଥିଲେ ମଧ୍ୟ କୌଣସୀ ପଦକ୍ଷେପ ନନେବା ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଏ ବିଷୟରେ ଜିଲ୍ଲା କଲ୍ୟାଣ ଅଧିକାରୀ ସନ୍ତୋଷ ରଥଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories