www.samajalive.in
Sunday, December 7, 2025
15.1 C
Bhubaneswar

ବିଶ୍ବ କର୍କଟ ଦିବସ : ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ଫୁସଫୁସ୍ କର୍କଟ ରୋଗ

ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ଭାବରେ ପାଳନ କରାଯାଏ । କର୍କଟ ରୋଗ ପ୍ରତି ସଚେତନତା ଏବଂ ଏଥିରୁ ରକ୍ଷା ପାଇବା ଉଦେଶ୍ୟରେ ବିଶ୍ବ କର୍କଟ ଦିବସ ପାଳନ କରାଯାଏ । ଫୁସଫୁସ୍ କର୍କଟ ରୋଗରେ ବିଶ୍ବରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ । ଭାରତରେ ଫୁସଫୁସ୍ କର୍କଟ ରୋଗ ଅଧିକାଂଶ ପୁରୁଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଏବଂ ଶେଷ ଅବସ୍ଥାରେ ଏହାର ଲକ୍ଷଣ ଚିହ୍ନଟ ହୁଏ।

ଫୁସଫୁସ୍ କର୍କଟ ରୋଗର ଅନେକ କାରଣ ରହିଥିବା ବେଳେ ସିଗାରେଟ ଏବଂ ତମାଖୁ ସେବନ ଏହାର ମୁଖ୍ୟ କାରଣ । ସିଗାରେଟ ଧୂଆଁରେ ୪ ହଜାରରୁ ଅଧିକ ରସାୟନିକ ଦ୍ରବ୍ୟ ରହିଥାଏ, ଯାହା ଦ୍ବାରା କର୍କଟ ହେବାର ଆଶଙ୍କା ଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି କୌଣସି ବ୍ୟକ୍ତି ଗୋଟିଏ ଦିନରେ ଗୋଟିଏ ପ୍ୟାକେଟ ସିଗାରେଟ ଟାଣୁଥାନ୍ତି, ତେବେ ଏହା ଦ୍ବାରା ଫୁସଫୁସ୍ କର୍କଟ ରୋଗ ହେବାର ଆଶଙ୍କା ୨୦ରୁ ୨୫ ପ୍ରତିଶତ ବଢି ଯାଇଥାଏ।

- Advertisement -
amar ujala

ଜାଣନ୍ତୁ ଫୁସଫୁସ୍ କର୍କଟ ରୋଗର ଲକ୍ଷଣ

ମୁଣ୍ଡ ବନ୍ଧା, ଥକ୍କାପଣ, ହାଡ ଯନ୍ତ୍ରଣା, ଚେହେରା ଓ ଗଳା ଫୁଲିବା, କଥା କହିବାରେ ସମସ୍ୟା, ଅସ୍ପଷ୍ଟ ଦେଖାଯିବା, ସ୍ମରଣ ଶକ୍ତି କମିଯିବା, କାଶ ଲାଗି ରହିବା, ଛାତି ଯନ୍ତ୍ରଣା, କାଶରେ ରକ୍ତ ପଡିବା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଅନୁଭବ କରିବା ଏବଂ ଓଜନ କମିବା ଭଳି ସମସ୍ୟା ଦେଖା ଦେବ।

ଫୁସଫୁସ୍ କର୍କଟ ରୋଗ ହେବାର ଅନ୍ୟତମ କାରଣ ହେଉଛି ବାୟୁ ପ୍ରଦୂଷଣ । ବିକିରଣ ଶକ୍ତିରୁ ବାହାରୁ ଥିବା ଗ୍ୟାସ ଦ୍ବାରା ଫୁସଫୁସ୍ କର୍କଟ ରୋଗ ହୋଇଥାଏ। ଏହା ବ୍ୟତୀତ ଫୁସଫୁସ୍ କର୍କଟ ବଂଶାନୁକ୍ରମିକ ହୋଇପାରେ । ପ୍ରାୟ ୮ରୁ ୧୦ ପ୍ରତିଶତ ଲୋକଙ୍କୁ ପାରିବାରିକ ପୃଷ୍ଠଭୂମିରୁ ଏହି ରୋଗ ହୋଇଥାଏ । ଯକ୍ଷ୍ମା ରୋଗ ମଧ୍ୟ ଫୁସଫୁସ୍ କର୍କଟ ରୋଗରୁ ହୋଇଥାଏ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories