www.samajalive.in
Monday, December 8, 2025
17.1 C
Bhubaneswar

ଏକ ତରଫା ପ୍ରେମର କରୁଣ ପରିଣତି: ଶିକ୍ଷୟିତ୍ରୀଙ୍କ ଦେହରେ ନିଆଁ ଲଗାଇଲା ବିବାହିତ ବ୍ୟକ୍ତି

ୱାର୍ଦ୍ଧା: ମହାରାଷ୍ଟ୍ରରେ ଏକ ତରଫା ପ୍ରେମକୁ ନେଇ ଜଣେ ବିବାହିତ ବ୍ୟକ୍ତି ଜଣେ ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କରିଛି। ପୀଡ଼ିତାଙ୍କୁ ନାଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ମିଳିଥିବା ଖବର ଅନୁସାରେ, ପୀଡ଼ିତା ନିଜ ଦୃଷ୍ଟି ଶକ୍ତି ହରାଇ ଦେଇଛନ୍ତି ଓ ସେ ୩୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ଘଟଣା ଘଟିଛି ୱାର୍ଦ୍ଧାର ହିମଗଙ୍ଗାଘାଟ ଅଞ୍ଚଳରେ।

ସୂଚନା ଅନୁସାରେ, ୨୪ ବର୍ଷିୟା ପୀଡ଼ିତାଙ୍କୁ ୨୭ ବର୍ଷୀୟ ବିବାହିତ ଅଭିଯୁକ୍ତ ଭିକି ନଗରାଲେ ବାରମ୍ବାର ବିବାହ ପ୍ରସ୍ତାବ ଦେଇଥିଲା। ମାତ୍ର ପୀଡ଼ିତା ଜଣକ ତାଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ରାଗ ରଖି ସୋମବାର ଭିକି ପୀଡ଼ିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ପୀଡ଼ିତା ଜଣକ ଗତ ୭ ମାସ ହେବ ଏକ ମହିଳା କଲେଜରେ ପଢାଉଥିଲେ। ମାମଲାର ତୁରନ୍ତ ତଦନ୍ତ କରି ପୁଲି ଅଭିଯୁକ୍ତକୁ ଗିରଫ କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories