www.samajalive.in
Monday, December 8, 2025
27.1 C
Bhubaneswar

ବଡ଼ସାହି  : ମୋ ସରକାରରେ ରାଜସ୍ୱ ବିଭାଗ ସାମିଲ ପୂର୍ବରୁ ତହସିଲଦାର ପଦବୀ ଖାଲି

ବଡ଼ସାହି : ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ୫-ଟି ବା ମୋ ସରକାରରେ ସାମିଲ କରୁଛନ୍ତି। ଏହି ପ୍ରକ୍ରିୟାରେ ୫ତାରିଖ ଠାରୁ ରାଜସ୍ୱ ବିଭାଗ ସାମିଲ ହେବାକୁ ଯାଉଛି। ତେବେ ମୟୂରଭଞ୍ଜ ଜିଲାର ସର୍ବବୃହତ୍ତ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି ମୋ ସରକାରର ସଫଳତା ପାଇଁ ଯେତିକି ପ୍ରଶ୍ନବାଚୀ ହୋଇଛି ବ୍ୟବସ୍ଥାରେ ସାମିଲର ୪ଦିନ ପୂର୍ବରୁ ବଡ଼ସାହି ତହସିଲଦାରଙ୍କ ପଦବୀ ଖାଲି ପଡ଼ିବା ସେତିକି ଉପହାସ କରୁଛି। ଏଠାରେ କାର୍ଯ୍ୟରତ ତହସିଲଦାର ଅମୀୟ କୁମାର ରାଉତଙ୍କ ପଦନ୍ନୋତି ପରେ ସେ ଶୁକ୍ରବାର ଅତିରିକ୍ତ ତହସିଲଦାରଙ୍କୁ ଦାୟିତ୍ୱ ଦେଇ ସ୍ଥାନ ତ୍ୟାଗ କରିଛନ୍ତି।

ଏଥି ପୂର୍ବରୁ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ବା ବରିଷ୍ଠ କିରାଣୀ ଅବସର ଗ୍ରହଣ କରିଥିବାରୁ ତାଙ୍କ ପଦବୀ ଖାଲି ଥିବା ବେଳେ ଅନ୍ୟ ଜଣେ କନିଷ୍ଠ କିରାଣୀ ବା ରାଜସ୍ୱ ସହାୟକ ଅନ୍ୟତ୍ର ବଦଳି ପାଇଁ ଓ ଆଉ ଜଣେ ମହିଳା ସହାୟିକା ଛୁଟିରେ ଥିବାରୁ ୨-୨ଟି ପଦବୀ ଖାଲି ପଡ଼ିଛି। ପୁଣି ଖୁବ ଶୀଘ୍ର ଅନ୍ୟ ଜଣେ ମହିଳା କନିଷ୍ଠ କିରାଣୀ ବା ରାଜସ୍ୱ ସହାୟିକା ଛୁଟିରେ ଯିବାକୁ ଆବେଦନ କରିଥିବାରୁ ବର୍ତ୍ତମାନ ବୃହତ୍ତ ତହସିଲ କାର୍ଯ୍ୟାଳୟ ପାଇଁ ୮ଜଣଙ୍କ କିରାଣୀଙ୍କ ସ୍ଥାନରେ ୪ଜଣ ରହିବେ। ଫଳରେ ସମସ୍ତଙ୍କୁ ଅତିରିକ୍ତ ଦାୟିତ୍ୱ ବହନ କରିବାକୁ ପଡୁଛି। ଅନ୍ୟ ପକ୍ଷରେ ପ୍ରତାପପୁର ରାଜସ୍ୱ ନୀରିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ବାକି ମାଣତ୍ରୀ, ବଡ଼ସାହି, ଦୁର୍ଗାପୁର, କୁରାଢ଼ିହା, ଖାନୁଆ ଓ ସାନକେରକ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟର ୧୮ଟି ଗ୍ରୁପ ଡ଼ି ପଦବୀରୁ ୧୨ଟି ଖାଲି ପଡ଼ିଥିବାରୁ ଖଜଣା ଆଦାୟ ଠାରୁ ଆରମ୍ଭ କରି ନୋଟିସ ପ୍ରଦାନ ପାଇଁ ଜନସାଧାରଣ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଅମିନ ପଦବୀ ମଧ୍ୟ ଗୋଟିଏ ଖାଲି ପଡ଼ିଛି। ପ୍ରକାଶ ଥାଉ କି, ତହସିଲ ଅଧୀନରେ ୭ଟି ରାଜସ୍ୱ ସର୍କଲରେ ୨୨୪ ରାଜସ୍ୱ ଗ୍ରାମ ରହିଛି। ମାର୍ଚ୍ଚ ମାସରେ ଖଜଣା ଆଦାୟ ଠାରୁ ଆରମ୍ଭ କରି ୧୮ଟି ସୈରାତରୁ ରାଜସ୍ୱ ଆଦାୟ ଓ କେତେକ ସାନି ନିଲାମ ପ୍ରକ୍ରିୟା ପରି କାର୍ଯ୍ୟ ରହିଛି। ତା’ ବ୍ୟତୀତ ପ୍ରତ୍ୟେକ ଦିନ ଜମିଜମା ମାମଲାର ସମାଧାନ, ଆୟ ଠାରୁ ଆରମ୍ଭ କରି ବାସସ୍ଥାନ ଓ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ, ଜବରଦଖଲ ଉଚ୍ଛେଦ, ବେଆଇଡନ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ଠାରୁ ଚାଲାଣ ଆଦି ରୋକିବା କାର୍ଯ୍ୟ ସୀମିତ କର୍ମଚାରୀଙ୍କ ପାଇଁ ଅଚଳାବସ୍ଥା ସୃଷ୍ଟି କରୁଛି। ୫ତାରିଖ ରାଜସ୍ୱ ବିଭାଗ ମୋ-ସରକାରରେ ସାମିଲ ହେବା ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories