www.samajalive.in
Monday, December 8, 2025
20.1 C
Bhubaneswar

ରିଲିଜ୍‍ ହେଲା ‘ଭୂତ-ପାର୍ଟ ୱନ୍‍: ଦି ହଣ୍ଟେଡ଼ ସିପ୍‍’ର ଟିଜର୍‍

ମୁମ୍ବଇ: ଭିକି କୌଶଲଙ୍କ ଅଭିନୀତ ହରର୍‍-ଡ୍ରାମା ଚଳଚ୍ଚିତ୍ର ‘ଭୂତ-ପାର୍ଟ ୱନ୍‍: ଦି ହଣ୍ଟେଡ଼ ସିପ୍‍’ର ଟିଜର୍‍ ଶୁକ୍ରବାର ରିଲିଜ୍‍ ହୋଇଛି। ପୋଷ୍ଟର ପରି ଚଳଚ୍ଚିତ୍ରର ଟିଜର ମଧ୍ୟ ଖୁବ୍‍ ଭୟାନକ ହୋଇଛି। ଅନ୍ଧାର ରାତି ଓ ଶୁନ୍‍ସାନ୍‍ ପରିବେଶ ମଧ୍ୟରେ ଖାଲି ପଡ଼ିଥିବା ଏକ ପୁରୁଣା ଜାହଜରେ ଭିକି ଭୂତଙ୍କୁ ସାମ୍ନା କରିବେ। ଟିଜରରେ ଭିକି ସେହି ଭୂତମାନଙ୍କ ମଧ୍ୟରେ ଫସିଥିବା ଦେଖିବାକୁ ମିଳିଛି।

ସାମାଜିକ ଗଣମାଧ୍ୟମରେ ଭିକି ନିଜେ ଏହି ଟିଜର ଶେୟାର କରିଛନ୍ତି। ଏହା ସହିତ ଏହାର ଟ୍ରେଲର ଆସନ୍ତା ସୋମବାର ରିଲିଜ୍‍ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଭିକି ଚଳଚ୍ଚିତ୍ରର ପୋଷ୍ଟର ଶେୟାର କରିଥିଲେ। କରଣ ଜୋହରଙ୍କ ପ୍ରଯୋଜିତ ଓ ଭାନୁ ପ୍ରତାପ ସିଂହଙ୍କ ନିର୍ଦ୍ଦେଶିତ ‘ଭୂତ-ପାର୍ଟ ୱନ୍‍: ଦି ହଣ୍ଟେଡ଼ ସିପ୍‍’ ଚଳିତ ବର୍ଷ ୨୧ ଫେବୃଆରୀରେ ପରଦାକୁ ଆସିବ।

- Advertisement -

https://www.instagram.com/p/B7-H-Ikp-cC/?utm_source=ig_web_copy_link

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories