www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଭାଇରସ୍ ଆତଙ୍କ: ଚୀନରେ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି, ଭାରତ ସମେତ ୪ଟି ଦେଶରେ ଚୀନ ଉଡାଣ ବାତିଲ

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁଁ ଚୀନରେ ଆଉ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଚୀନ ସମେତ ବିଶ୍ବରେ ମୋଟ୍ ୬ ହଜାର ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତ ସମେତ ଅନ୍ୟ ୪ଟି ଦେଶ ଚୀନରୁ ଯାତାୟତ ହେଉଥିବା ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବ୍ରିଟେନ୍, ଋଷ, ଇଣ୍ଡୋନେସିଆ ଏବଂ ମିଆଁମାର ଦେଶ ପକ୍ଷରୁ ଚୀନ ବିମାନ ଉଡାଣକୁ ରଦ୍ଦ କରିଦିଆଯାଇଥିଲା। ଭାରତୀୟ ବିମାନ ଏୟାର ଇଣ୍ଡିଆ କମ୍ପାନୀ ଜାନୁଆରୀ ୩୧ରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ-ଶାଂଘାଇ ଉଡାଣକୁ ବାତିଲ କରିଛି। ଚୀନକୁ ଯାତ୍ରା ନ କରିବା ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶବାସୀଙ୍କୁ ନିବେଦନ କରାଯାଇଛି। ସେହିପରି ଫେବୃଆରୀ ପହିଲାରୁ ୨୦ ତାରିଖ ପର୍ଯ୍ୟନ୍ତ ବେଙ୍ଗଲୁରୁ-ହଂଗକଂଗ ଏବଂ ଦିଲ୍ଲୀ-ଚେଙ୍ଗଦୁ ବିମାନ ସେବାକୁ ରଦ୍ଦ କରାଯିବ ବୋଲି ବୁଧବାର ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଘୋଷଣା କରାଯାଇଥିଲା।

ବ୍ରିଟେନ୍ ଏୟାରବେସ ପକ୍ଷରୁ ଚୀନରୁ ଆସୁଥିବା ଏବଂ ଚୀନକୁ ଯାଉଥିବା ସମସ୍ତ ବିମାନ ସେବାକୁ ବାତିଲ କରାଯାଇଛି। ଏହା ସହ ମିଆଁମାର ମଧ୍ୟ ଚୀନର ଉଡାଣକୁ ରଦ୍ଦ କରି ଦେଇଛି। ଋଷର ବିମାନ କମ୍ପାନୀ ଉରଲସ୍ ମଧ୍ୟ ପ୍ୟାରିସ ଓ ରୋମରୁ ବିମାନ ଉଡାଣକୁ ବାତିଲ କରିଛି। କାରଣ ସେଠାରୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେହିପରି ଇଣ୍ଡୋନେସିଆର ଲାୟନ ଏୟାର ଗ୍ରୁପ ଚୀନର ସମସ୍ତ ଉଡାଣକୁ ରଦ୍ଦ କରିଛି। କମ୍ପାନୀ ପକ୍ଷରୁ ଏକ ମାସ ପର୍ଯ୍ୟନ୍ତ ୬ଟି ରୁଟର ଉଡାଣକୁ ବାତିଲ କରାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories