www.samajalive.in
Monday, December 8, 2025
27.1 C
Bhubaneswar

‘ଲଗାଇଲେ ଚାରା ହସିବ ଧରା ବାର୍ତ୍ତା’- ଏହି ନେଇ ବ୍ରହ୍ମପୁର ରୁ ଦିଲ୍ଲୀ ସାଇକଲ ଯାତ୍ରା

ବ୍ରହ୍ମପୁର: ପରିବେଶ ସୁରକ୍ଷା, ଗଛ ଲଗାନ୍ତୁ ଜୀବନ ବଞ୍ଚନ୍ତୁ ଏବଂ ଲଗାଇଲେ ଚାରା ହସିବ ଧରା ଭଳି ବାର୍ତ୍ତା ନେଇ ସାଇକଲରେ ବ୍ରହ୍ମପୁରରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ସ୍ଥାନୀୟ ସ୍ବେଚ୍ଛାସେବୀ ଦାମୋଦର ଆଚାରି। ଶନିବାର ସକାଳ ୮ଟା ବେଳେ ଗିରି ରୋଡ଼ ସ୍ଥିତ ଗୋପବନ୍ଧୁ ଛକରୁ ଦାମୋଦର ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି।  ଦିନକୁ ୮୦ ରୁ ୧୦୦ କିମି ଯାତ୍ରା କରି ସେ ଦିଲ୍ଲୀରେ ୨୨ ରୁ ୨୩ ଦିନ ଭିତରେ ପହଞ୍ଚିବେ ବୋଲି କହିଛନ୍ତି। ବ୍ରହ୍ମପୁରରୁ ଭୁବନେଶ୍ୱର, କଲକାତା, ଝାଡ଼ଖଣ୍ଡ, ବିହାର, ଉତ୍ତରାଖଣ୍ଡ ଦେଇ ଦିଲ୍ଲୀରେ ପହଂଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ଲକ୍ଷ୍ୟ ରଖିଛନ୍ତି ଦାମୋଦର। ବାହାରି  ବିଭିନ୍ନ ରାଜ୍ୟର ପ୍ରମୁଖ ସହର ଦେଇ ସେ ଦିଲ୍ଲୀରେ ପହଞ୍ଚିବେ। ପୂର୍ବରୁ ଦାମୋଦର ଏଡ଼ସ ରୋଗ ସଚେତନତା ନେଇ ବ୍ରହ୍ମପୁର ରୁ ତିରୁପତି ଯାଇଥିଲେ। ଆଜିର ଏହି ସାଇକଲ ଯାତ୍ରା ପାଇଁ ବ୍ରହ୍ମପୁରର କିଛି ସହୃଦୟ ବ୍ୟକ୍ତିଙ୍କ ସମେତ ରାମହରି ନଗର ସରସ୍ୱତୀ ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଦୀପ୍ତି ପ୍ରଧାନ ତାଙ୍କରି ନିଜସ୍ୱ ସଞ୍ଚିତ ଅର୍ଥକୁ ଦାମୋଦରଙ୍କୁ ପ୍ରଦାନ କରିଛନ୍ତି। ଆଜି ସାଇକଲ ଯାତ୍ରାକୁ ଛାତ୍ରୀ ସୁଦୀପ୍ତି ପତାକା ଦେଖାଇ ଉଦଘାଟନ କରିଥିଲେ। କାଯ୍ୟକ୍ରମରେ ବିଜେପି ଜିଲା ସଭାପତି ବିଭୁତି ଜେନା, ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଶୋଇ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories