www.samajalive.in
Monday, December 8, 2025
27.1 C
Bhubaneswar

କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ : ୬ ଦିନରେ ଦ୍ବିତୀୟ ପରୀକ୍ଷଣ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ଉପକୂଳରୁ ଶୁକ୍ରବାର ଭାରତ କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଡିଆର୍‍ଡିଓ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ରର ଏହା ଗୋଟିଏ ସପ୍ତାହରେ ୨ୟ ସଫଳ ପରୀକ୍ଷଣ । ୩୫୦୦ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରୁଥିବା ପରମାଣୁ କ୍ଷମତା ସଂପନ୍ନ ଏହି କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରକୁ ଏକ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇଥିଲା । ବିଶାଖାପଟନମ୍‍ଠାରୁ ସମୁଦ୍ରରୁ ୩୦ କିଲୋମିଟର ନଟିକାଲ୍‍ ମାଇଲ୍‍ ଦୂରରେ ଏହାର ପରୀକ୍ଷଣ କରାଯାଇଛି ।

ଡିଆର୍‍ଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଏହି କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରକୁ ଆଇଏନ୍‍ଏସ୍‍ ଅରିହନ୍ତ ଭଳି ବୁଡ଼ାଜହାଜରୁ ନିକ୍ଷେପ କରାଯାଇ ପାରିବ । ଗତ ୨ବର୍ଷ ଧରି ଏହାକୁ ନିକ୍ଷେପ କରିବା ପାଇଁ ହୋଇଥିବା ଅନେକ ଉଦ୍ୟମ ବିଫଳ ହେବା ପରେ ଗତ ୨୦ ତାରିଖରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । ଆଜି ଏହାର ଦ୍ବିତୀୟ ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ଉଭୟ ସ୍ଥଳ, ଜଳ ଓ ଆକାଶମାର୍ଗରୁ ନିକ୍ଷେପ କରାଯାଇ ପାରିବ।

- Advertisement -

ପରମାଣୁ କ୍ଷମତା ସଂପନ୍ନ ଏଭଳି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରି ଭାରତ, ଆମେରିକା, ରୁଷ୍‍, ଫ୍ରାନ୍ସ, ବ୍ରିଟେନ ଓ ଚୀନ୍‍ ଭଳି ଦେଶ ସହ ସମକକ୍ଷ ହୋଇପାରିଛି ।

କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ବିଶେଷତ୍ବ :

-୩୫୦୦ କିଲୋମିଟର ଦୂର ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା
-ଲମ୍ବ ୧୨ମିଟର
– ଗୋଲେଇ ୧.୩ ମିଟର
– ଓଜନ ୧୭ ଟନ୍
-୨୦୦୦ କିଗ୍ରା ପର୍ୟ୍ୟନ୍ତ ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା
-୨୦ ମିଟର ପାଣି ଗଭୀରତାରୁ ନିକ୍ଷେପ କରାଯାଇ ପାରିବ

 

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories