www.samajalive.in
Tuesday, December 9, 2025
16.1 C
Bhubaneswar

ମୁଦି କରିବ ସତର୍କ!

– ସ୍ମାର୍ଟ ଯୁଗରେ ସ୍ମାର୍ଟ ମୁଦିର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ଇଉରୋପ ଓ ଆମେରିକାରେ ଅଧିକାଂଶ କର୍ମଜୀବୀ ଲୋକ ଏବେ ଏହି ସ୍ମାର୍ଟ ମୁଦିର ବ୍ୟବହାର କରୁଥିବାର ଦେଖାଯାଉଛି। ଆପଣ ନିଜ ଆପଲ୍‌ ଆଇ ଫୋନ୍ କିମ୍ବା ଆଣ୍ଡ୍ରଏଡ୍ ଫୋନ୍ ସହାୟତାରେ ଏହି ମୁଦିକୁ ଯୋଗାଯୋଗ କରାଇପାରିବେ। ଯେ କୌଣସି ନୋଟିଫିକେସନ୍ ହେଉ ବାର୍ତ୍ତା ଅବା କଲ୍ ପାଇଁ ଆପଣଙ୍କୁ ଏଥରକ ଫୋନ୍ ବାରମ୍ବାର ଦେଖିବାକୁ ପଡ଼ିବନାହିଁ। ମୁଦି ପ୍ରତି ମୁହୂର୍ତ୍ତରେ ବ୍ୟକ୍ତିଙ୍କୁ ସତର୍କ କରାଇବ। ବିଭିନ୍ନ ଡିଜାଇନରେ ଏଇ ମୁଦି ଉପଲବ୍ଧ ହେଉଥିବାବେଳେ ମହିଳା ଗ୍ରାହକ ଏହି ମୁଦି ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି। ଭାଇବ୍ରେଟ୍ ଆଲର୍ଟରେ ଆପଣ ନୋଟିଫିକେସନ୍ ପାଇପାରିବେ। ଫୋନ୍‌‌ର ବ୍ୟାଟେରି କମ୍ ହେଲେ ମଧ୍ୟ ମୁଦି ପ୍ରତି ୨ ମିନିଟ୍‌୍ରେ ଥରେ ବାର୍ତ୍ତା ଦେବ। ଏହି ସ୍ମାର୍ଟ ମୁଦିର ମୂଲ୍ୟ ୧୧ହଜାର ଟଙ୍କାରୁ ଆରମ୍ଭ ହୋଇ ୪୫ହଜାର ଟଙ୍କା ମଧ୍ୟରେ ରହିଛି। ସ୍ମାର୍ଟ ମୁଦିକୁ ଥରେ ଚାର୍ଜ କଲେ ତାହା ୨୫ ଘଣ୍ଟା ଅନବରତ କାମ କରିପାରିବ ବୋଲି ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି। ଉଭୟ ଯୁବପିଢ଼ି ଓ ବୟସ୍କ ବର୍ଗ ଏଇ ମୁଦି ପିନ୍ଧିବାରେ ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories