www.samajalive.in
Monday, December 8, 2025
20.1 C
Bhubaneswar

ମାର୍କ ଜୁକରବର୍ଗଙ୍କ ପତ୍ନୀଙ୍କ ନିୟମ

ନ୍ୟୁଅର୍କ : ଫେସବୁକ୍‌‌ର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସମ୍ପର୍କିତ ନିୟମିତ ଭାବେ ଗଣମାଧ୍ୟମରେ ବିଭିନ୍ନ ଖବରମାନ ପ୍ରକାଶ ପାଉଛି। ନିକଟରେ ନ୍ୟୁୟର୍କ ଟାଇମ୍ସରେ ମାର୍କଙ୍କ ପତ୍ନୀ ପ୍ରିସ୍କିଲା ଚାନ୍‌‌ଙ୍କ ସାକ୍ଷାତକାର୍ ପ୍ରକାଶିତ ହୋଇଥିଲା। ମାର୍କ ଓ ତାଙ୍କ ପତ୍ନୀ ସେମାନଙ୍କ ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ ବେଶ୍ ସତର୍କ। ଗଣମାଧ୍ୟମରେ ସେମାନେ ଏତେଟା ପ୍ରଚାର କରନ୍ତିନାହିଁ ବୋଲି ପ୍ରିସ୍କିଲା କହିଛନ୍ତି। ଅନ୍ୟପାଖେ ଫେସବୁକ୍‌‌ରେ ସେ ଓ ମାର୍କ ନିୟମିତ ଭାବେ ପୋଷ୍ଟ କରିବାକୁ ଆଦୌ ଭୁଲିନଥାନ୍ତି। ନିଜ ବୈବାହିକ ଜୀବନକୁ ନେଇ ପ୍ରିସ୍କିଲା ପ୍ରକାଶ କହିଛନ୍ତି ଯେ ଦୁହେଁ ଦୁହିଁଙ୍କୁ ସମୟ ଦେଇପାରିବା ଅନେକ ସମୟରେ କଷ୍ଟକର ହୋଇପଡ଼େ। ଉଭୟ କର୍ମଜୀବୀ ଓ ସେମାନଙ୍କ ୨ପିଲାଙ୍କ ଦାୟିତ୍ବ ମଧ୍ୟ ଭଲଭାବେ ନେବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ମାର୍କ କାମରେ ଖୁବ୍ ବ୍ୟସ୍ତ ରହନ୍ତି। ଏଣୁ ସେ ଛୁଟି କାଟିବାକୁ ମଧ୍ୟ ପରିବାର ସହ ଯାଇପାରନ୍ତିନାହିଁ। ଅନେକ ଥର ବୁକିଂ କରିବା ପରେ ହିଁ ବାଧ୍ୟ ହୋଇ ଟିକଟ୍ ବାତିଲ କରିବାକୁ ପଡ଼ିଥାଏ ବୋଲି ପ୍ରିସ୍କିଲା କହିଛନ୍ତି। କିଛି ମାସ ତଳେ ପ୍ରିସ୍କିଲା ସ୍ଥିର କଲେ, ମାର୍କଙ୍କ ସହ ଏ ବାବଦରେ ଆଲୋଚନା କରିବେ। କାରଣ କାମ କରିବା ବ୍ୟତୀତ ଜୀବନର ଅନ୍ୟ କିଛି ମଧ୍ୟ ମୂଲ୍ୟବୋଧ ଅଛି। ମାର୍କଙ୍କ ସହ କଥା ହେବା ପରେ ପ୍ରିସ୍କିଲାଙ୍କ ମତ ଥିଲା, ସପ୍ତାହକୁ ଅତିକମ୍‌‌ରେ ୧୦୦ ମିନିଟ୍ ଦୁହେଁ ପରସ୍ପର ସହ ସମୟ ଅତିବାହିତ କରିବେ। ଏଇ ସମୟରେ ମାର୍କ ନିଜ ଫୋନ୍‌‌ ବ୍ୟବହାର କରିବେନି କିମ୍ବା ଲ୍ୟାପଟପ୍‌ ପାଖକୁ ଯିବେନାହିଁ। ୨ ପିଲାଙ୍କ ସହ ନିଜ ଘରେ ମାର୍କ ଓ ପ୍ରିସ୍କିଲା ଏଇ ୧୦୦ ମିନିଟ୍ ଅତିବାହିତ କରିବେ ବୋଲି ସ୍ଥିର ହୋଇଛି। ମାର୍କ ଜୁକରବର୍ଗ ମଧ୍ୟ ପତ୍ନୀଙ୍କ କଥାକୁ ସମ୍ମାନ ଜଣାଇ ଏଇ ନିୟମକୁ ଯଥାସାଧ୍ୟ ପାଳନ କରିବାକୁ ଚେଷ୍ଟା କରୁଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories