www.samajalive.in
Monday, December 8, 2025
20.1 C
Bhubaneswar

ସାଇରସ୍‌ ମିସ୍ତ୍ରିଙ୍କୁ ଝଟ୍‌କା, ଏନସିଏଲଏଟିଙ୍କ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରିଙ୍କୁ ଝଟ୍‌କା ଲାଗିଛି। ମିସ୍ତ୍ରିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତ କରିବାକୁ ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ(ଏନସିଏଲଏଟି) ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଟାଟା ସନ୍ସ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି ଲାଗି ସୁପ୍ରିମକୋର୍ଟ ପ୍ରସ୍ତୁତ ହୋଇଛନ୍ତି। ଏହା ସହିତ ଶୁକ୍ରବାର ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏନସିଏଲଏଟିଙ୍କ ରାୟ ଉପରେ ରୋକ୍‌ ଲଗାଇଛନ୍ତି।

ସୂଚନାଯୋଗ୍ୟ, ସାଇରସ୍‌ ମିସ୍ତ୍ରି ଟାଟା ସନ୍ସର ୬ଷ୍ଠ ଅଧ୍ୟକ୍ଷ ଥିଲେ। ରତନ ଟାଟାଙ୍କ ପରେ ସେ ୨୦୧୨ରେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। କିନ୍ତୁ ୨୦୧୬ ଅକ୍ଟୋବରରେ ତାଙ୍କୁ କମ୍ପାନୀ ଅଧ୍ୟକ୍ଷ ପଦରୁ ବହିସ୍କାର କରିଥିଲା। ଏ ନେଇ ମିସ୍ତ୍ରି ଏନସିଏଲଏଟିଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ଡିସେମ୍ବର ୧୮ରେ ଏନସିଏଲଏଟି ମାମଲାର ଶୁଣାଣି କରି ମିସ୍ତ୍ରିଙ୍କୁ ଟାଟା ସନ୍ସ ପୁନର୍ବାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ରାୟ ଦେଇଥିଲେ। ଏହା ପରେ ଟାଟା ସନ୍ସ ପକ୍ଷରୁ ଏନସିଏଲଏଟିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories