www.samajalive.in
Monday, December 8, 2025
27.1 C
Bhubaneswar

ବଳଙ୍ଗା ଏଏସଆଇ ଗିରଫ ଘଟଣା: ପୀଡିତାଙ୍କୁ ଦୁଷ୍କର୍ମ ହୋଇନାହିଁ- ପୁରୀ ଏସପି

ପୁରୀ: ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶ ଗିରଫ ହୋଇ ନିଲମ୍ବିତ ହେବା ପରେ ଏହି ମାମଲା ଏବେ ନୂଆ ମୋଡ ନେଇଛି। ଏଏସଆଇ ମହିଳାଙ୍କୁ ଦୁଷ୍କର୍ମ କରିନାହିଁନ୍ତି ବରଂ ଏକ ପୂର୍ବ ଘଟଣାର ପ୍ରତିଶୋଧ ନେବା ପାଇଁ ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ପୁରୀ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଶୁକ୍ରବାର ପୀଡିତା ଜଣଙ୍କ ଡାକ୍ତରୀ ମାଇନା ପାଇଁ ମନା କରିବା ପରେ ତାଙ୍କ ବୟାନକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତା ବୟାନ ବଦଳାଇଥିଲେ। ଏଏସଆଇ ଚିତ୍ତରଞ୍ଜନ ଦାଶ ତାଙ୍କ ସହ ଦୁଷ୍କର୍ମ କରିନାହାନ୍ତି ବୋଲି ସେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଥିଲେ।

- Advertisement -

ସୂଚନା ଅନୁଯାୟୀ,  ଗୁରୁବାର ସନ୍ଧ୍ୟାରେ ବଳଙ୍ଗା ଥାନାର କାର୍ଯ୍ୟରତ ପୁଲିସ ଏଏସଆଇ ଚିତ୍ତରଞ୍ଜନ ଦାଶଙ୍କ ବିରୁଦ୍ଧରେ ଜଣେ ବିବାହିତା ମହିଳା ପିପିଲି ଏସ୍‍ଡିପିଓଙ୍କ ନିକଟରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଉକ୍ତ ମହିଳାଙ୍କୁ ୩ମାସ ତଳେ ନିଜ ଭଡା ଘର ମଧ୍ୟରେ ପୁଲିସ ଏଏସ୍‍ଆଇ ଜଣକ ଦୁଷ୍କର୍ମ କରିବା ସହ ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories