www.samajalive.in
Monday, December 8, 2025
27.1 C
Bhubaneswar

ବିଜେପି ହାତରୁ ଖସିବ ପଞ୍ଚମ ରାଜ୍ୟ!

ଭୁବନେଶ୍ବର: ବିଜେପି ହାତରୁ ଖସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟର ଶାସନକ୍ଷମତା। ସୋମବାର ଝାଡଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତିରୁ ଯାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇଛି କଂଗ୍ରେସ-ଝାଡଖଣ୍ଡ ମୁକ୍ତି ମୋର୍ଚା  ମେଣ୍ଟ ୪୧ଟି ବିଧାନସଭା ଆସନରେ ଆଗୁଆ ରହିଛି। ଯାହା ଜଣାପଡୁଛି କଂଗ୍ରେସ-ଜେଏମଏମ ମେଣ୍ଟ ଝାଡଖଣ୍ଡରେ ସରକାର ଗଠନ କରିବେ। ଯଦି ଏପରି ହୁଏ ବିଜେପି ଶାସନାଧୀନ ଥିବା ଝାଡଖଣ୍ଡ ହାତରୁ ଚାଲିଯିବ ଏବଂ ମୋଦୀ ସରକାର ହାତରୁ ଶାସନ କ୍ଷମତା ଯିବାରେ ପଞ୍ଚମ ରାଜ୍ୟ ହୋଇଯିବ ଝାଡଖଣ୍ଡ।

ଏହାପୂର୍ବରୁ  ବିଜେପି ହାତରୁ ମଧ୍ୟପ୍ରଦେଶ,ରାଜସ୍ଥାନ,ମହାରାଷ୍ଟ୍ର ଏବଂ ଛତିଶଗଡର ଶାସନ କ୍ଷମତା ଖସିଯାଇଛି। ବିଜେପି ସରକାର ଗୋଟିଏ ପରେ ଗୋଟିଏ ରାଜ୍ୟରୁ ତାର ଶାସନ କ୍ଷମତା ହରାଉଥିବା ଦେଖାଦେଉଛି। ତେବେ କଣ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ମୋଦୀ ସରକାରଙ୍କୁ ପତ୍ୟାଖ୍ୟାନ କରୁଛନ୍ତି ତାହା ଜାଣିବା ପାଇଁ ବିଜେପି ମାନସ ମନ୍ଥନ କରିବା ଆରମ୍ଭ କରିଦେଇଥିବା ଜଣାପଡିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories